LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଳୁ ବଜାରରେ ନିଆଁ

9/05/2018 at 10:52 AM

ଗତ କିଛି ଦିନ ମଧ୍ୟରେ ଖୁଚୁରା ବଜାରରେ ଆଳୁ ଦର ୨୦ ଟଙ୍କାରେ ପହଞ୍ଚିଲାଣି । ଆଳୁ କଳାବଜାର  ରୋକିବାକୁ କଳବଜାରୀଙ୍କୁ ବାନ୍ଧ । ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଅତ୍ୟାବଶ୍ୟକ ଦ୍ରବ୍ୟ ଆକ୍ଟ ୧୯୫୫ ଆଧାରରେ କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଧାର୍ଯ୍ୟ ପରିମାଣଠାରୁ ଅଧିକ ରଖିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଇକାରୀ  ବ୍ୟବସାୟୀ କେତେ ଆଳୁ ମହଜୁଦ ରଖିପାରିବେ, ତାହା ପରିମାଣ ମଧ୍ୟ ମନ୍ତ୍ରୀ ଧାର୍ଯ୍ୟ କରିଛନ୍ତି । କଟକ ହୋଲସେଲ ବଜାରରେ ୫ଶହ କୁଇଣ୍ଟାଲ, ଅନ୍ୟ ସହର ଯେପରିକି ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁରରରେ ୩୫୦ କୁଇଣ୍ଟାଲ ରଖିପାରିବେ । ଚଳିତ ବର୍ଷ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଆଳୁ ଉତ୍ପାଦନ କମ୍ ହୋଇଥିବାରୁ ତାର ପ୍ରଭାବ ରାଜ୍ୟ ଉପରେ ପଡିଛି ବୋଲି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ଓଡ଼ିଶାରେ ବାର୍ଷିକ ୧୩ ଲକ୍ଷ ୫୦ ହଜାର ଟନ୍  ଆଳୁ ଆବଶ୍ୟକତା ରହିଛି । ହେଲେ ଓଡ଼ିଶାର ନିଜସ୍ବ ଉତ୍ପାଦନ ମାତ୍ର ୭୦ ହଜାର ଟନ୍  । ଫଳରେ ଆଳୁର ଦର ବଢୁଛି । ଆଳୁର ଗଛିତ ପରିଣାମକୁ ନେଇ ସରକାରଙ୍କ ନୀତିକୁ ବ୍ୟବସାୟୀ ସଂଘ ସ୍ବାଗତ କରୁଛି । କିନ୍ତୁ ଏହା ଫଳରେ ଆଳୁ ଦର କମିବା ପରିବର୍ତ୍ତେ  ବଢିବାର ଆଶଙ୍କା ରହିଛି ।

Leave a Reply

   Related Posts