LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଳୁ ବଜାରରେ ନିଆଁ ; ରାଜ୍ୟ ସରକାରଙ୍କ ସବୁ ମିଶନ ଭଳି ଆଳୁମିଶନ ଫେଲ୍‌

14/05/2018 at 8:44 AM

ଏବେ ଆଳୁବଜାରରେ ନିଆଁ। କିଛିଦିନ ତଳେ ପରିବା ବଜାରରେ ପିଆଜ ଯେମିତି କନ୍ଦାଉଥିଲା ଏବେ ଆଳୁ କୁ ହାତ ମାରିବାକୁ ଖାଉଟୀ ଡରିଲେଣି। ଦୁଇସପ୍ତାହ ତଳେ, ୭ରୁ ୯ଟଙ୍କା ଥିବା ଆଳୁ ଏବେ ୧୮ରୁ ୨୦ଟଙ୍କାରେ ବିକ୍ରି ହେଉଛି। ବଜାରରେ ଷ୍ଟକ୍‌ ଯାଞ୍ଚ କରିବାକୁ, ଯୋଗାଣ ବିଭାଗକୁ ସମୟ ନାହିଁ। ସେପଟେ ସହରାଞ୍ଚଳ ଠାରୁ ଆରମ୍ଭ କରି, ଗାଁଗହଳୀରେ ଆଳୁ, ୨୫ରୁ ୩୦ଟଙ୍କା ପର୍ଯ୍ୟନ୍ତ ବଢିବ ବୋଲି ବେପାରୀ ମାନେ ଏବେଠାରୁ କହିଲେଣି। ସେପଟେ ରାଜ୍ୟ ସରକାରଙ୍କ ଆଳୁ ମିଶନ୍‌ ସଂପୂର୍ଣ୍ଣ ଫେଲ୍‌ ହୋଇଯାଇଥିବା ବେଳେ, ଏବେ ମହଙ୍ଗାମାଡରେ ଖାଉଟୀ ବେହାଲ୍‌ ହୋଇଯାଇଛନ୍ତି। ଦୁଇବର୍ଷତଳେ ସମ୍ବଲପୁରରେ ଆଳୁଚାଷୀମାନେ ଆଳୁ ଅଭାବୀ ବିକ୍ରିର ଶିକାର ହେବାପରେ, ଗତବର୍ଷ ଠାରୁ ଆଉ ଆଳୁଚାଷ କରୁନାହାଁନ୍ତି। ଫଳରେ ବାହାର ରାଜ୍ୟର ବେପାରୀ,ଜିଲ୍ଲା ଯୋଗାଣ ଅଧିକାରୀ ଓ ଅସାଧୂ ବେପାରୀଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଯୋଗୁ, ଆଳୁଦରରେ ପ୍ରତିଦିନ ୨ରୁ ୪ଟଙ୍କା ବୃଦ୍ଧି ହେଉଛି। ନ୍ୟୁଜ୍‌ ସେଭେନ୍‌ର ବିଶେଷ ରିପୋର୍ଟ….
ରାଜ୍ୟ ସରକାରଙ୍କ ସବୁ ମିଶନ ଭଳି ଆଳୁମିଶନ ଫେଲ୍‌ ହେବାପରେ, ଏବେ ପୁଣି, ଆମ ସରକାର ପଡୋଶୀ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସରକାରଙ୍କ ଉପରେ ଆଳୁ ପାଇଁ ନିର୍ଭରଶୀଳ। ସେଥିପାଇଁ କିଛି ଦିନତଳେ,୭ରୁ ୯ଟଙ୍କା ଥିବା ଆଳୁ ଏବେ ୧୮ରୁ ୨୦ଟଙ୍କାରେ ବିକ୍ରି ହେଉଛି। ହେଲେ ବଜାରରେ ବେପାରୀ ମାନେ କେତେ ଆଳୁ ଗଛିତ ରଖୁଛନ୍ତି, କେତେ ଦରରେ ଆଳୁ ବିକ୍ରି କରୁଛନ୍ତି, ସେ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପ୍ରଶାସନ ପାଖରେ ସମୟ ନାହିଁ। ସେହିପରି ଜିଲ୍ଲା ଯୋଗାଣ ବିଭାଗ ମଧ୍ୟ ଏ ଦିଗରେ ଆଖୁ ବୁଜିଦେଇଛି। କାରଣ ବାହାର ରାଜ୍ୟର ଆଳୁ ବ୍ୟବସାୟୀ ମାନଙ୍କ ଦ୍ବାର, ଯୋଗାଣ ଅଧିକାରୀ ଓ ତାଙ୍କ କର୍ମଚାରୀ ମାନଙ୍କ ମଧୂଚନ୍ଦ୍ରିକା ଥିବାରୁ, ଆଳୁ ବଜାରରେ ନିଆଁ ଲାଗୁ କି ଧୂଆଁ ଉଠୁ ସେଥିରେ ଯୋଗାଣ ଅଧିକାରୀଙ୍କ କିଛି ଅସୁବିଧା ନାହିଁ ବୋଲି ସାଧାରଣ ଖାଉଟୀ କହୁଛନ୍ତି। ଅନ୍ୟପଟେ ସମ୍ବଲପୁରର ଆଳୁ ବେପାରୀ ମାନଙ୍କ କହିବା ହେଲା, ଯେ ଏବେ ୧୮ରୁ ୨୦ ବିକ୍ରି ହେଉଛି। ଆଉ ସପ୍ତାହକ ମଧ୍ୟରେ ଆଳୁଦର,୩୦ରୁ ୪୦ଟଙ୍କା ବୃଦ୍ଧି ଘଟିପାରେ। ସପ୍ତାହକ ପରେ ଆଳୁଦର ବଢିବ ବୋଲି, ଏବେ ଠାରୁ ବ୍ୟବସାୟୀ ମାନେ କେମିତି ଜାଣିଲେ ସେ ସଂପର୍କରେ ଅନୁଧ୍ୟାନ କରିବାକୁ, ଜିଲ୍ଲାପାଳ, ନା ଯୋଗାଣ ଅଧିକାରୀ କାହାରି ପାଖରେ ଯେମିତି ସମୟ ନାହିଁ, ସମସ୍ତେ ଖାଲି କହୁଛନ୍ତି ଆମେ ସର୍ତକ ଦୃଷି ରଖିଛୁ। ହେଲେ କାହା ଉପରେ ସର୍ତକ ଦୃଷ୍ଟି ରଖାଯାଇଛି, ତାହା କାହାରିକୁ ଜଣାନାହିଁ…

Leave a Reply

   Related Posts