କନ୍ଧଆଳୁର ବଢିଛି ଚାହିଦା, ପ୍ରୋତ୍ସାହନ ଅପେକ୍ଷାରେ ଚାଷୀ : ଡାଇବେଟିସ୍ ରୋଗୀଙ୍କ ପାଇଁ ହୋଇଥାଏ ଲାଭଦାୟକ

Published By : Prameya-News7 Bureau | February 26, 2020 IST

କନ୍ଧମାଳ ୨୬।୦୨:  କନ୍ଧମାଳ ଜିଲ୍ଲାରେ ଉତ୍ପାଦିତ ମାଳ ଆଳୁ ବା କନ୍ଧଆଳୁର ବେଶ୍ ଚାହିଦା ରହିଛି । ରାଜ୍ୟ ବାହାରକୁ ଏପରିକି ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି ଏହି କନ୍ଧଆଳୁ । ସଂପୂର୍ଣ୍ଣ ଦେଶୀ ଢାଞ୍ଚାରେ ଆଉ ବିନା ସାର ଏବଂ କୀଟନାଶକରେ ମାଳ ଆଳୁ ଉତ୍ପାଦନ କରାଯାଉଥିବାରୁ  ଏହା ସମସ୍ତଙ୍କ ପସନ୍ଦ ପାଲଟିଛି । ତେବେ ଏହି କନ୍ଧଆଳୁ ଚାଷ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଉତ୍ପାଦନ ବଢ଼ିପାରନ୍ତା

{"id":229400,"sizeSlug":"large"}

ଦେଖିବାକୁ ଛୋଟ । ହେଲେ କନ୍ଧମାଳ ଜିଲ୍ଲାରେ ହେଉଥିବା ଏହି ଆଳୁର ଚାହିଦା କାହିଁରେ କଣ । ମାଳ ଆଳୁ ବା କନ୍ଧ ଆଳୁ ନାଁରେ ପରିଚିତ ଏହା । କେହି କେହି ଏହାକୁ ଠୁରି ଆଳୁ ମଧ୍ୟ କହୁଛନ୍ତି । ବିନା ସାର, କୀଟନାଶକରେ ସଂପୂର୍ଣ୍ଣ ଦେଶୀ ପଦ୍ଧତିରେ ଏହି ଆଳୁ ଚାଷ କରାଯାଇଥାଏ । ଏଥିରେ ଶର୍କରା ଅଂଶ କମ୍ ଥିବାରୁ ଡାଇବେଟିସ୍ ରୋଗୀ ମଧ୍ୟ ଖାଆନ୍ତି ଏହି ମାଳ ଆଳୁକୁ । ଜିଲ୍ଲାର ଆଦିବାସୀ ଚାଷୀମାନେ ନିଜ ଘରେ ଖାଇବା ସହ ସଂପର୍କୀୟମାନଙ୍କୁ ଦେବାଲାଗି ଏହି ଆଳୁ ଚାଷ କରିଥାଆନ୍ତି ।

{"id":229401,"sizeSlug":"large"}

ଶୀତଳଭଣ୍ଡାରରେ ପ୍ରାୟ ବର୍ଷେ ପାଖାପାଖି ରହିଥାଏ ଏହି ଆଳୁ । କନ୍ଧମାଳ ଚାଷୀ ଏହି ଆଳୁ ଉତ୍ପାଦନ କରିବା ପରେ ନିଜ ପାଇଁ ସାଇତି ରଖିବା ପରେ ବଳକା ଆଳୁକୁ ବିକ୍ରି କରିଦେଇଥାଆନ୍ତା । ବଜାରରେ ଏହି ଆଳୁ କେଜି 20ରୁ 30 ଟଙ୍କା ଦରରେ ବିକ୍ରି ହୋଇଥାଏ । ତେବେ ମାଳ ଆଳୁ ଚାଷ ପାଇଁ କୌଣସି ପ୍ରୋତ୍ସାହନ ନାହିଁ ।

{"id":229402,"sizeSlug":"large"}

ଚାଷୀ ନିଜ ଅର୍ଥରେ ସବୁକିଛି କରେ । ତେଣୁ ଖୁବ୍ କମ୍ ଚାଷୀ ଏହାକୁ ଚାଷ କରନ୍ତି ।ତେବେ କନ୍ଧ ଆଳୁ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ।ତେବେ ବିନା ସାର ଓ କୀଟନାଶରେ ଉତ୍ପାଦିତ ମାଳ ଆଳୁ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ କେବେ ମିଳିବ ତାକୁ ଅପେକ୍ଷା  ରହିଛି ।

{"id":229403,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.