LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୀପାବଳି ପୂର୍ବରୁ ଆଳୁ-ପିଆଜ ଦର ନିୟନ୍ତ୍ରଣ କରିବାକୁ ଆକ୍ସନ୍ ମୋଡରେ ରାଜ୍ୟ ସରକାର: ନିୟମ ଉଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

4/11/2020 at 12:21 PM

ନୂଆଦିଲ୍ଲୀ ୦୪/୧୧ : ସାରା ଦେଶରେ ପିଆଜ ଦର ଆକାଶ ଛୁଇଁଛି। ଉତ୍ତର ପ୍ରଦେଶର ଅନେକ ସହରରେ ପିଆଜ କିଲୋ ପ୍ରତି ୫୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର କାବୁ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଆଜ ବିକ୍ରି ପାଇଁ ଏକ ପଲିସୀ କରିଛନ୍ତି। ପଲିସୀ ଅନୁସାରେ କିଛି ଦିନ ଷ୍ଟକକୁ ରିହାତି ଦିଆଯାଇଛି। ନିୟମ ଅନୁସାରେ ପିଆଜ ଷ୍ଟକ ରଖିବାକୁ ହେବ। ଯଦି କୌଣସି ବ୍ୟବସାୟୀ ନିୟମ ଉଲଙ୍ଘନ କରନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡା ସରକାରୀ ନେଫେଡ଼ NAFED  ନଭେମ୍ବର ୨୦ ଯାଏଁ ୧୫ ହଜାର ଟନ ନାଲି ପିଆଜ ଯୋଗାଇବା ପାଇଁ ଶନିବାର ଦିନ ଆମଦାନୀକାରୀଙ୍କ ଠାରୁ ବିଡ୍ ନିମନ୍ତ୍ରଣ କରାଯାଇଥିଲା। ଆମଦାନୀକାରୀମାନେ ନଭେମ୍ବର ୪ ତାରିଖ ସୁଦ୍ଧା ସେମାନଙ୍କର ବିଡ୍ ଦାଖଲ କରିପାରିବେ। ଦେଶରେ ବୃଦ୍ଧି ପାଉଥିବା ପିଆଜ ଦର ଉପରେ ଅଙ୍କୁଶ ଲଗାଇବାକୁ ଓ ଘରୋଇ ବଜାରରେ ପିଆଜ ଉପଲବ୍ଧତା ବଢାଇବାକୁ NAFED ଏହି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ NAFED ପିଆଜ ଷ୍ଟକ ରଖିଥାଏ। କିନ୍ତୁ ବର୍ତ୍ତମାନ ତାହା ଧୀରେ ଧୀରେ ସାରିବାକୁ ବସିଲାଣି।

କେନ୍ଦ୍ର ସରକାର NAFED ରୁ ଘରୋଇ ବଜାରରେ ଯୋଗାଣ ବଜାୟ ରଖିବା ପାଇଁ କହିଛନ୍ତି ଯେ ବଜାରରେ ହସ୍ତକ୍ଷେପ କରାଯାଇପାରିବ। NAFED ନିଜର ଏକ ଲକ୍ଷ ଟନ ବାଫାର ଷ୍ଟକରୁ ଏବେ ସୁଦ୍ଧା ବଜାରରେ ପାଖାପାଖି ୩୭ ହଜାର ଟନ ପିଆଜ ଯୋଗାଇ ସାରିଛି। ଯେପରିକି ପିଆଜ ଦର ନିୟନ୍ତ୍ରଣ କରାଯାଇପାରିବ। ଉଦ୍ୟୋଗ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଅକ୍ଟୋବର ୩୦ ତାରିଖରେ କହିଥିଲେ ଯେ, ୭ ହଜାର ଟନ ପିଆଜ ଆମଦାନୀ ହୋଇସାରିଛି। ଆହୁରି ୨୫ ହଜାର ଟନ ପିଆଜ ଦୀପାବଳି ପୂର୍ବରୁ ଆମଦାନୀ ହେବ ବୋଲି ଅନୁମାନ କରାଯାଉଛି। ସରକାରଙ୍କ ଦ୍ୱାରା କିଷାନ ରେଳ ଜରିଆରେ ଦେଶର କୋଣ ଅନୁକୋଣକୁ ପିଆଜ ପହଞ୍ଚାଯାଉଛି।

ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ ଗତ ବର୍ଷେ ଭିତରେ ବଜାରରେ ଆଳୁ ଦାମ ୧୦୮ ପ୍ରତିଶତ ବଢିଛି। ବର୍ଷେ ପୂର୍ବରୁ ଆଳୁ କ୍ୱିଣ୍ଟାଲ ପିଛା ୧୭୩୯ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ବର୍ତ୍ତମାନ କ୍ୱିଣ୍ଟାଲ ପ୍ରତି ୩୬୩୩ ଟଙ୍କାରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଖୁଚୁରା ବଜାରରେ ଆଳୁ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ମଧ୍ୟ ପାଖାପାଖି ୬୦ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ଆଳୁ କିଲୋ ପ୍ରତି ୫୦ ରୁ ୬୫ ଟଙ୍କାରେ ବିକ୍ରି ହେଉଛି। ଭୋପାଲରେ ୫୦ ରୁ ୫୫ ଟଙ୍କାରେ ବିକ୍ରି ହେଉଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଲିସୀ ଲାଗୁ କରି ପିଆଜ ବ୍ୟବସାୟୀଙ୍କୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଷ୍ଟକ ଲିମିଟ କରିବା ପୂର୍ବରୁ ବ୍ୟବସାୟୀଙ୍କୁ ୩ ଦିନ ସମୟ ଦିଆଯିବ। ବ୍ୟବସାୟୀଙ୍କୁ ସର୍ଟିଂ ଏବଂ ପ୍ୟାକିଂ କାମ ୩ ଦିନ ମଧ୍ୟରେ ପୁରା କରିବାକୁ ହେବ। ଏହି ସମୟରେ ଷ୍ଟକର କୌଣସି ଲିମିଟ ରହିବନାହିଁ। କିନ୍ତୁ ଏହାପରେ ଷ୍ଟକ ସୀମା ଲାଗୁ କରାଯିବ। ଏହି ପଲିସୀ ଅନୁସାରେ ଖୁଚୁରା ବ୍ୟବସାୟୀ ଦୁଇ ମେଟ୍ରିକ ଟନ ଯାଏଁ ଓ ହୋଲସେଲର ସର୍ବାଧିକ ୨୫ ମେଟ୍ରିକ ଟନ ପିଆଜ ରଖିପାରିବେ। ଏହି ସୀମା ଡିସେମ୍ବର ଯାଏଁ ଲାଗୁ ହେବ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଙ୍ଗଳବାର ରାତିରେ ଟ୍ୱିଟ କରି ସୂଚନା ଦେଇଛି।

ରାଜ୍ୟର କିଛି ସହରରେ ହଠାତ ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏହିଭଳି ପଦକ୍ଷେପ ନିଆଯାଇଛି। ଖୁବ ଶୀଘ୍ର ଏହି ମାମଲାରେ ବିଜ୍ଞପ୍ତି ଜାରି କରାଯିବ। ଏହାପୂର୍ବରୁ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ର ସରକାର ଏ ସମ୍ପର୍କରେ ଆଡ଼ଭାଇଜାରୀ ଜାରି କରିଥିଲେ।

   Related Posts