ଲକ୍ଷ୍ନୌ CAA ବିକ୍ଷୋଭର ପୋଲ ଖୋଲିଲା ପୋଷ୍ଟମର୍ଟମ ରିପୋର୍ଟ, ଅତି ପାଖରୁ ବାଜିଥିଲା ବିକ୍ଷୋଭକାରୀଙ୍କୁ ପିସ୍ତଲ ଗୁଳି

Published By : Prameya-News7 Bureau | December 21, 2019 IST

ଲକ୍ଷ୍ନୌ ୨୧।୧୨:  ଉତ୍ତରପ୍ରଦେଶ ଲକ୍ଷ୍ନୌରେ ନାଗରିକ (ସଂଶୋଧିତ) ଆଇନ (ସିଏଏ)କୁ  ବିରୋଧ କରି ଉପଦ୍ରବୀଙ୍କ ବିକ୍ଷୋଭର ରହସ୍ୟ ଉଦଘାଟନ କରିଛି ପୋଷ୍ଟମର୍ଟମ ରିପୋର୍ଟ। ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳିବାଜି ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଶନିବାର ମୃତକଙ୍କ ପୋଷ୍ଟମର୍ଟମ ବେଳେ ତାଙ୍କୁ ପଏଣ୍ଟ ୩୨ ପିସ୍ତଲର ଗୁଳି ଲାଗିଥିବା ଜଣାପଡିଛି। ପୋଲିସ ଏପରି ଅସ୍ତ୍ର ବ୍ୟବହାର କରୁନଥିବାରୁ ଉପଦ୍ରବୀ ପୋଲିସର ମୁକାବିଲା ଲାଗି ଅସ୍ତ୍ରଶସ୍ତ୍ର ସହ ବିକ୍ଷୋଭକାରୀଙ୍କ ଭିତରେ ଥିବାର ସ୍ପଷ୍ଟ ହୋଇଯାଇଛି।

{"id":200798,"sizeSlug":"large"}

ଲକ୍ଷ୍ନୌ ହୁସେନାବାଦରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଫାଙ୍କାଗୁଳି ଚାଳନା କରିଥିଲା। ତେବେ ବିକ୍ଷୋଭ ସ୍ଥଳରେ ଜଣେ ଯୁବକକୁ ମରିପଡିଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରି ଶବକୁ ହସ୍ପିଟାଲ ନେଇଥିଲା। ମୃତକ ଦୌଲତଗଞ୍ଜ ନିବାସୀ ମୋହମ୍ମଦ ୱିକଲ ଭାବେ ଚିହ୍ନଟ ହୋଇଥିବା ବେଳେ ତା ଡାହାଣ ପେଟରେ ଗୁଳି ପଶି ମେରୁଦଣ୍ଡରେ ଲାଗି ରହିଥିଲା। ପୋଷ୍ଟମର୍ଟମ ବେଳେ ତାହା ଏକ ପଏଣ୍ଟ ୩୨ ପିସ୍ତଲର ଗୁଳିବୋଲି ଜଣାପଡିଛି। ହୁଏତ ଭିଡ ଭିତରେ ପିସ୍ତଲ ଫୁଟି ବିକ୍ଷୋଭକାରୀ ଦେହରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ଏଥିଯୋଗୁ ଆଉ ୨ ଜଣ ବି ଆହତ ହୋଇଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।  ପୋଷ୍ଟମର୍ଟମ ପରେ ଶବ ତା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଅନ୍ତ୍ୟେଷ୍ଟି ଶେଷ ହୋଇଛି।

{"id":200799,"sizeSlug":"large"}

ତେବେ ଏହି ଗୁଳିକାଣ୍ଡର ପୋଲିସ ତଦନ୍ତ ଆରମ୍ଭ ହୋଇଯାଇଛି। ପୋଲିସ ଏବେ ଘଟଣାର ୨ ଆହତଙ୍କ ତଲାସ କରୁଥିବା ବେଳେ ଅଞ୍ଚଳର ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଯାଞ୍ଚ କରୁଛି। କେଉଁ ଲାଇସେନ୍ସଧାରୀଙ୍କ ପଏଣ୍ଟ ୩୨ ବୋର ପିସ୍ତଲ ଅଛି ତାର ତଦନ୍ତ ହେଉଛି। ବିକ୍ଷୋଭବେଳେ ଲାଇସେନ୍ସଧାରୀ କେଉଁଠି ଥିଲେ ତାର ବି ଯାଞ୍ଚ ହେବ ବୋଲି ଏଏସପି କ୍ରାଇମ ଦିନେଶ ପୁରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.