ଆସିଲା ଋଷୀୟ ପର୍ଯ୍ୟଟକଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୃତ୍ୟୁ ଦୁର୍ଘଟଣା ଜନିତ କହିଲେ ଡାକ୍ତର

Published By : Prameya-News7 Bureau | December 31, 2022 IST

କଟକ ୩୧/୧୨: ରାୟଗଡାରେ ଋଷିୟ ପର୍ଯ୍ୟଟକ ମୃତ୍ୟୁ ମାମଲା । ମୃତ ପର୍ଯ୍ୟଟକଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଉଭୟ ପାୱେଲ ଓ ଭ୍ଲାଡିମିରଙ୍କ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ହୋଇଛି । ଫୁସଫୁସ ଓ ଯକୃତ କ୍ଷତିଗ୍ରସ୍ତ ହେବା ଯୋଗୁଁ ପାୱେଲଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ମତ ଦେଇଛନ୍ତି ଡାକ୍ତର । ଏହାସହ ଭ୍ଲାଡିମିରଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ଉଲ୍ଲେଖ କରାଯାଇଛି ।

ସୂଚନା ଥାଉକି ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଇଛି କ୍ରାଇବ୍ରାଞ୍ଚ । ଡିଏସ୍‌ପି ସରୋଜ ମହାନ୍ତଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗତ କିଛିଦିନ ହେବ ଯାଇ ଯାଞ୍ଚ କରୁଛନ୍ତି । ଏହି ଟିମ୍ ରାୟଗଡ଼ା ଯାଇ ଘଟଣାସ୍ଥଳ ଯିବା ସହ ଶ୍ମଶାନରୁ ପାଉଁଶ ସଂଗ୍ରହ ମଧ୍ୟ କରିଥିଲେ । ଏପରିକି କ୍ରାଇମବ୍ରାଞ୍ଚ ଟିମ ଏହି ଘଟଣାରେ ମୃତକଙ୍କ ସାଥୀରେ ଆସିଥିବା ଅନ୍ୟ ୨ ଜଣ ଋଷୀୟ ନାଗରିକଙ୍କୁ ପଚରାଉଚରା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.