ନକଲି ସାର୍ଟିଫିକେଟ ମାମଲା, ବିଦା ହେଲେ ୩ ପୋଷ୍ଟ ମାଷ୍ଟର

Published By : Prameya-News7 Bureau | April 25, 2023 IST

କେନ୍ଦ୍ରାପଡା ୨୫/୦୪: ବଲାଙ୍ଗୀର ସମ୍ୱଲପୁର ପରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ନକଲି ସାର୍ଟିଫିକେଟ ରାକେଟ୍ । ପଟ୍ଟାମୁଣ୍ଡାଇରେ ଏହି ମାମଲାରେ ୩ ପୋଷ୍ଟ ମାଷ୍ଟରକୁ ବିଦା ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଦୁଇ ଜଣ ଓ ତେଣ୍ଡାକୁଡା ଅଞ୍ଚଳର ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଏମାନେ ସମସ୍ତେ ସମସ୍ତେ ଫେରାର୍ ଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଡାକ ଅଧିକ୍ଷକ ଦେବରାଜ ସେଠୀ ।

ସୂଚନା ଥାଉକି ଗତ କିଛି ଦିନ ହେବ ରାଜ୍ୟରେ ନକଲି ସାର୍ଟିଫିକେଟ ନେଇ ତନାଘନା ହୋଇଛି । ବିଭିନ୍ନ ସ୍ଥାନରେ ନକଲି ସାର୍ଟିଫିକେଟ ରାକେଟରଙ୍କୁ ଧରିବା ସହ ଯାଞ୍ଚ ହୋଇଛି । ଏହି ରାକେଟରେ ଆଉ କିଏ କିଏ ସାମିଲ୍ ଅଛନ୍ତି ତାକୁ ଧରିବାକୁ ଆରମ୍ଭ ହୋଇଛି ଧରପଗଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.