Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବନ୍ଦ ଘରୁ ମିଳିଲା ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

27/06/2022 at 12:31 PM

ଭବାନୀପାଟଣା : ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୁରୁଣାଗୁମାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାର୍ଯ୍ୟରତ ମହିଳା ପୋଷ୍ଟମାଷ୍ଟର ଆରତୀ ଦଣ୍ଡସେନାଙ୍କ ମୃତଦେହ ତାଙ୍କ ପୁରୁଣାଗୁମା ସ୍ଥିତ ଭଡ଼ା ଘରେ ଝୁଲନ୍ତା ଅବସ୍ଥାରେରେ ଉଦ୍ଧାର କରାଯାଇଛି ।

ସୂଚନାଯୋଘ୍ୟ ଯେ, ରବିବାର ପୋଷ୍ଟ ଅଫିସ୍ ଛୁଟି ଥିବାରୁ ଆରତୀ ଘରେ ରହିଥିଲେ । ସେ ଦିନରେ ଗାଧୋଇବାକୁ ଯିବା ସହ ବାହାରେ ଡ୍ରେସ୍ ଶୁଖାଇଥିବା ଲୋକେ ଦେଖିଥିଲେ । ସନ୍ଧ୍ୟାରେ ବର୍ଷା ହେବାରୁ ତାଙ୍କ ଡ୍ରେସ୍ ଭିଜୁଥିବା ଦେଖି ଘର ପାଖର ଜଣେ ଝିଅ ତାଙ୍କ କବାଟ ବାଡେଇଥିଲେ । ସେ ନ ଶୁଣିବାରୁ ଝରକା ପଟେ ଯାଇ ଡାକିବା ବେଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ । ପରେ ପୋଲିସ ଏବଂ ତାଙ୍କ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା ।

ସୋମବାର ସକାଳୁ ଆରତୀଙ୍କ ବାପା ଏବଂ ଭାଇ ପହଞ୍ଚିବା ପରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଛାନଭିନ ଜାରି ରଖିଛି ।

ଆରତୀ ୨୦୨୦ରେ ପୋଷ୍ଟମାଷ୍ଟର ଭାବେ ପୁରୁଣାଗୁମ୍ମାରେ ଯୋଗ ଦେଇଥିଲେ । ପଡୋଶୀଙ୍କ କହିବା ଅନୁସାରେ ସେ କାମକୁ ନେଇ ମାନସିକ ଚାପରେ ରହୁଥିଲେ । ପ୍ରାୟ ସମୟ ଚୁପଚାପ ରହୁଥିଲେ । ତାଙ୍କ ବାପା ତାଙ୍କ ସହ ରହୁଥିବା ବେଳେ ଗତ ବୁଧବାର ଦିନ ସେ ଘରକୁ ଯାଇଥିଲେ । ପୁରୁଣାଗୁମ୍ମାରେ ନେଟୱର୍କ ସମସ୍ୟା ଯୋଗୁଁ ସବୁଦିନ ଘରକୁ ଯୋଗାଯୋଗ କରିପାରୁ ନଥିଲେ ।  ଆରତୀ ଶେଷ ଥର ପାଇଁ ଶୁକ୍ରବାର ଦିନ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ସେ ମନଦୁଃଖରେ କଥା ହୋଇଥିଲେ ବୋଲି ତାଙ୍କ ମା’ ସୂଚନା ଦେଇଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କଳାହାଣ୍ଡି ଏସ୍‌ପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

   Related Posts