ପୋଷ୍ଟମ୍ୟାନ୍‌ଙ୍କ ଠାରୁ ୧୦୨ ସଂକ୍ରମିତ, ଭତ୍ତା ସହ ବାଣ୍ଟିଦେଲେ ଭାଇରସ !

Published By : Prameya-News7 Bureau | August 27, 2020 IST

ହାଇଦ୍ରାବାଦ ୨୭।୦୮: ଚିନ୍ତା ବଢାଇଲାଣି କରୋନା । ତେଲେଙ୍ଗାନାର ୱାନାପାର୍ଥୀ ଜିଲ୍ଲାରେ ଜଣେ ପୋଷ୍ଟମ୍ୟାନଙ୍କ ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଏବେ କରୋନା ଭାଇରସର ଭୟ ଦେଖାଦେଇଛି । ପୋଷ୍ଟମ୍ୟାନ ଜଣକ ଚିନ୍ନମବାୱୀ ଅଞ୍ଚଳରେ ସରକାରୀ ଭତ୍ତା ଟଙ୍କା ବାଣ୍ଟିବାକୁ ନିୟୋଜିତ ଥିଲେ। ପରେ ସେ କୋରାନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । କିନ୍ତୁ ସେ ଘରକୁ ଘର ବୁଲି ଯେଉଁମାନଙ୍କୁ ଟଙ୍କା ଦେଇଥିଲେ ସମସ୍ତେ ପ୍ରାୟ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦୨ ଜଣ ବର୍ତ୍ତମାନ ସୁଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଯେଉଁ ଯେଉଁ ଅଞ୍ଚଳକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିଲେ ସେ ସବୁ ଅଞ୍ଚଳକୁ ସିଲ୍‌ କରାଯାଇଛି ।

ଉକ୍ତ ଅଞ୍ଚଳରେ ସରକାର ମେଗା ଟେଷ୍ଟିଂ ଡ୍ରାଇଭ ଆରମ୍ଭ କରିଛନ୍ତି। ପୋଷ୍ଟମ୍ୟାନ ଜଣକ ପ୍ରତି ମାସରେ ଜିଲ୍ଲା ମୁଖ୍ୟାଳୟରୁ ଉକ୍ତ ଗାଁକୁ ଆସି ଭତ୍ତା ଟଙ୍କା ଦେଇଥାନ୍ତି। ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଏଭଳି ସରକାରୀ କର୍ମଚାରୀମାନଙ୍କୁ ପ୍ରାଥମିକତା ଦେଇ କାହିଁକି ଟେଷ୍ଟ କରାଯାଉନି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୱାନାପାର୍ଥୀ ଜିଲ୍ଲାରେ ବୁଧବାର ୩୩୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ତେଲଙ୍ଗାନାରେ ବର୍ତ୍ତମାନ ସୁଦ୍ଧା ୧,୧୧,୬୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୮୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.