ସରକାରୀ କଲେଜରେ ଲାଗିଲା ବିବାଦୀୟ ପୋଷ୍ଟର, ଲେଖା ଯାଇଛି- ଭାରତ ମୋର ଦେଶ ନୁହଁ
1/03/2020 at 4:14 PM

କୋଚି ୦୧। ୦୩- ସିଏଏକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ନିକଟରେ ବଡ ଧରଣର ହିଂସାକାଣ୍ଡ ଘଟି ଯାଇଛି। ଏହା ମଧ୍ୟରେ କେରଳର କିଛି ସରକାରୀ କଲେଜରେ ଭାରତ ବିରୋଧୀ ବିବାଦୀୟ ପୋଷ୍ଟ ଲାଗିଥିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଏଫଆଇଆର ରୁଜୁ କରିଛି। ପୋଲିସ ଅନୁଯାୟୀ, କଲେଜର କାନ୍ଥରେ ଏହି ବିବାଦୀୟ ପୋଷ୍ଟର ଲଗାଯାଇଥିଲା। ଏଥିରେ ଲେଖା ହୋଇଥିଲା ଯେ ଭାରତ ମୋର ଦେଶ ନୁହଁ।
ଯେଉଁ କଲେଜରୁ ଏହି ସବୁ ପୋଷ୍ଟର ମିଳିଛି ସେହି କଲେଜର ନାମ ଗଭର୍ମେଣ୍ଟ ବ୍ରେନେନ କଲେଜ ଥାଲାସେରୀ ଓ ଗଭର୍ମେଣ୍ଟ ଆଇଆଇଟି କଲେଜ ମଲାପୁଝା। ଏହି ପୋଷ୍ଟର ତଳେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆର ନାମ ଲେଖା ହୋଇଥିଲା। ମାତ୍ର ଏହି ଫେଡେରେସନ ଏହି ପୋଷ୍ଟର ଲଗାଇନଥିବା କହିଛି।
ଏହି ପୋଷ୍ଟରରେ ମାଲାୟାଲାମ ଭାଷାରେ ଲେଖା ହୋଇଥିଲା, ଭାରତ ମୋର ଦେଶ ନୁହଁ। ଏହି ଦୁଷ୍ଟ ଲୋକ ମୋର ଭାଇ-ଭଉଣୀ ନୁହନ୍ତି। ଏହି ଧରଣର ଦେଶକୁ ମୁଁ ଭଲ ପାଏ ନାହିଁ ଏବଂ ଏହାର ସଂପ୍ରତି ଅବସ୍ଥାକୁ ନେଇ ମୁଁ ଗର୍ବ ଅନୁଭବ କରେ ନାହିଁ। ମୋତେ ଏହି ଧରଣର ମାହୋଲ ଓ ଏମିତି ଆତଙ୍କୀଙ୍କ ସହିତ ରହିବାକୁ ଲଜ୍ଜା ଲାଗୁଛି।
ସବ ଇନ୍ସପେକ୍ଟର ଧର୍ମାଦୋମ ସମାଚାର ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ, ଧାରା ୧୫୩ ଆଧାରରେ ମୋକଦ୍ଦମା ରୁଜୁ କରାଯାଇଛି। ଏହା ସହିତ ମାମଲାର ତଦନ୍ତ ଚାଲିଛି। ଏହି ସବୁ ପୋଷ୍ଟରକୁ ଦିଲ୍ଲୀ ହିଂସା ସହ ଯୋଡି ଦେଖାଯାଉଛି।