ଇପିଏଫ ଓ ପେନସନ ଆସୋସିଏସନର ଦାବି, ପ୍ରଧାନମନ୍ତ୍ରୀଙ୍କୁ ପଠାଗଲା ପୋଷ୍ଟକାର୍ଡ

Published By : Prameya-News7 Bureau | June 23, 2022 IST

ଭଦ୍ରକ ୨୩/୦୬: ମାସିକ ସର୍ବନିମ୍ନ ପେନସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ନ୍ୟାୟାଳୟଙ୍କ ନିଷ୍ପତ୍ତି ଆଧାରରେ ବର୍ଦ୍ଧିତ ପେନସନ ଓ ସରକାରୀ ଚିକିତ୍ସା ବୀମା ଦାବିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ପଠାଗଲା । ଏହି ଦାବି ସମ୍ବଳିତ ପୋଷ୍ଟ କାର୍ଡ ପଠାଇଛନ୍ତି ଇପିଏଫ ଓ ପେନସନର ଆସୋସିଏସନ ଭଦ୍ରକ ଶାଖାର କର୍ମକର୍ତ୍ତା ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପରିଚାଳିତ ସଂସ୍ଥା ଗୁଡିକରେ କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀମାନେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ ମାସିକ ୩ ଶହରୁ ୩ ହଜାର ଟଙ୍କା ପେନସନ ପାଉଛନ୍ତି । ମହଙ୍ଗା ଯୁଗରେ ଏହି ଟଙ୍କା ପାଇଁ ବରିଷ୍ଠ ନାଗରିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ ଅଧିକ ରାଶି ପାଇଁ ଦାବି କରିଛନ୍ତି ।

କିନ୍ତୁ ଦାବି ପୂରଣ ହେଉନଥିବାରୁ ଇପିଏଫ ଓ ପେନସନର ଆସୋସିଏସନର କର୍ମକର୍ତ୍ତା ମାନେ ୩ ଦଫା ଦାବିକୁ ଲେଖି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଛନ୍ତି । ଭଦ୍ରକ ମୁଖ୍ୟ ଡାକ ଘରେ ବହୁ ସଂଖ୍ୟାରେ ପୋଷ୍ଟ କାର୍ଡ ପଠାଯାଇଛି । ଦାବି ପୂରଣ ନହେଲେ ଏହି ପରିଣତ ବୟସରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.