ବକେୟା ଦରମା ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ, ସିବିଆଇ ହାତରେ ଧରାପଡିଲେ ଡାକ ଇନ୍ସପେକ୍ଟର

Published By : Prameya-News7 Bureau | June 13, 2022 IST

ସୁନ୍ଦରଗଡ ୧୩: ସିବିଆଇ ହାତରେ ଧରାପଡିଲେ ମୁଖ୍ୟ ଡାକଘର ଇନ୍ସପେକ୍ଟର । ନର୍ଥ ଡିଭିଜନର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର, ବିକାଶ କିସପଟ୍ଟା ନାମକ ଜଣେ ଗ୍ରାମୀଣ ଡାକ ସେବକଙ୍କଠାରୁ ବକେୟା ଦରମା ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ସିବିଆଇ ଟିମ୍ ହାତରେ ଧରାପଡିଲେ । ଏହି ସିବିଆଇ ଟିମ୍‌ରେ ୭ ଜଣ ରହିଛନ୍ତି ।

ତେବେ ବିକାସ କିସପଟ୍ଟାଙ୍କଠାରୁ ୧୦ହଜାର ଡିମାଣ୍ଡ କରିଥିବା ବେଳେ ମୁଲଚାଳ ହୋଇ ୫ ହଜାର ଟଙ୍କାରେ କଥା ଛିଡିଥିଲା । ତେବେ କଥା ଅନୁଯାୟୀ ୫ ହଜାର ଟଙ୍କା ଦେଉଥିବା ବେଳେ ସିବିଆଇ ମାଡି ବସିଲା । ଇନ୍ସପେକ୍ଟର ଉଜ୍ଜ୍ବଳ କୁମାରଙ୍କୁ ସିବିଆଇ ଅଧିକ ପଚରା ଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.