scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଷ୍ଟ ଅଫିସ୍‌ରେ ଜମା ଲକ୍ଷାଧିକ ଟଙ୍କା ହଡପ, ପୋଷ୍ଟମାଷ୍ଟରଙ୍କୁ ଅଟକ ରଖିଲେ ଜମାକାରୀ

27/07/2023 at 6:01 PM

ଜଳେଶ୍ବର ୨୭।୭: ଜମାଥିବା ଲକ୍ଷାଧିକ ଟଙ୍କାକୁ ହଡପ କରିନେଲେ କାର୍ଯ୍ୟରତ ପୋଷ୍ଟମାଷ୍ଟର । ଟଙ୍କା ଦାବି କରି ପୋଷ୍ଟ ମାଷ୍ଟର ଓ ଅଡିଟ ଅଧିକାରୀଙ୍କୁ ଅଟକ ରଖିବା ସହିତ ଡାକ ଘର ସମ୍ମୁଖରେ ଉତ୍ତେଜନା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଝାଡ଼ପିପଳ ପଂଚାୟତ ଝାଡ଼ପିପଳ ଗ୍ରାମରେ ଥିବା ଉପଡାକଘରେ ସଂଜୀବ ହାଁସଦା ପୋଷ୍ଟ ମାଷ୍ଟର ହିସାବରେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟରତ ରହିଛନ୍ତି । ପୋଷ୍ଟ ଅଫିସରରେ ୧୨ଶହରୁ ଉର୍ଦ୍ଧ୍ବ ଜମାକାରୀ ରହିଛନ୍ତି । ପୋଷ୍ଟମାଷ୍ଟର ସଂଜୀବ ଟଙ୍କା ଜମା କରିବାକୁ ଆସୁଥିବା ଜମାକାରୀଙ୍କର ଟଙ୍କା ଜମା ନକରି ଲିଙ୍କ ନାହିଁ ବୋଲି କହିବା ସହିତ ପରେ ଜମା କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ଟଙ୍କା ନିଜ ପାଖରେ ରଖି ଦେଉଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କାକୁ ଚଳୁ କରି ପାସ୍‌ବୁକରେ ହାତରେ ଲେଖି ତାହାକୁ ନିଜ ପାଖରେ ରଖି ଦେଉଥିଲେ ।

ଜମାକାରୀମାନେ ବାରମ୍ବାର ପାସବୁକ ମାଗି ମାଗି ନୟାନ୍ତ ହେଉଥିଲେ ମଧ୍ୟ ପାଇପାରୁ ନଥିଲେ । ପରବର୍ତ୍ତୀ ସମୟରେ ଜମାକାରୀମାନେ  ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ । ଟଙ୍କା ପାଇଁ ଜାମାକାରୀମାନ ଉପ ଡାକଘରେ ପହଞ୍ଚି ପୋଷ୍ଟ ମାଷ୍ଟର ସଂଜୀବ ହାଁସଦାଙ୍କ ସହିତ ଦୁଇ ଅଡିଟର ଅଫିସରଙ୍କୁ ଅଟକ ରଖିବା ସହିତ ଉତ୍ତେଜନା ଜାରି ରଖିଥିବା ଦେଖିବାକୁ ମିଳିଛି ।

You Can Read :

   Related Posts