ନୂଆଦିଲ୍ଲୀ ୦୫/୦୯ : ପୋଷ୍ଟ ଅଫିସ ଅଧିକାଂଶ ସମୟରେ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣିଥାଏ | ପୋଷ୍ଟ ଅଫିସର ଅନେକ ସଂଚୟ ଯୋଜନାରେ ଗ୍ରାହକଙ୍କୁ ସୁରକ୍ଷିତ ଓ ଗ୍ୟାରେଣ୍ଟି ରିଟର୍ନ ମଧ୍ୟ ମିଳିଥାଏ | କିନ୍ତୁ ବର୍ତ୍ତମାନ ପୋଷ୍ଟ ଅଫିସ ଶେଭିଂ ଆକାଉଣ୍ଟ ସହ ଜଡିତ କିଛି ନିୟମ ପରିବର୍ତ୍ତନ କରିଛି | ଯଦି ଗ୍ରାହକ ଏହିସବୁ ନିୟମ ପାଳନ ନ କରନ୍ତି ତାହେଲେ ତାଙ୍କର କ୍ଷତି ହୋଇପାରେ |
ପୋଷ୍ଟ ବିଭାଗ (ଡିପାର୍ଟମେଣ୍ଟ ଅଫ ପୋଷ୍ଟ) ପୋଷ୍ଟ ଅଫିସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ସୀମା ୫୦ ଟଙ୍କାରୁ ବଢ଼ାଇ ୫୦୦ ଟଙ୍କା କରିଛି | ଯଦି ଆପଣଙ୍କ ଖାତାରେ ସର୍ବନିମ୍ନ ୫୦୦ ଟଙ୍କାରୁ କମ ଥାଏ ତାହେଲେ ଆର୍ଥିକ ବର୍ଷର ଅନ୍ତିମ କାର୍ଯ୍ୟ ଦିବସରେ ପୋଷ୍ଟ ଅଫିସ ଆପଣଙ୍କ ଠାରୁ ୧୦୦ ଟଙ୍କା ଫାଇନ ଅସୁଲ କରିବ | ଏହି ପ୍ରତିବର୍ଷ ଜାରି ରହିବ |
ଡାକଘର ବର୍ତ୍ତମାନ ବ୍ୟକ୍ତିଗତ କିମ୍ବା ସଂଯୁକ୍ତ (ଜଏଣ୍ଟ) ଆକାଉଣ୍ଟରେ ପ୍ରତିବର୍ଷ ୪ ପ୍ରତିବର୍ଷ ସୁଧ ଦେଇଥାଏ | ସଞ୍ଚୟ ଖାତାରେ ସର୍ବନିମ୍ନ ୫୦୦ ଟଙ୍କା ରହିବା ଜରୁରୀ | ଏହାଛଡା ଯଦି ଆପଣ ଏଯାଏଁ ନିଜ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରିନାହାନ୍ତି ତାହେଲେ ଆଉ ବିଳମ୍ବ ନ କରି ଶୀଘ୍ର ଆଧାର ସହ ଲିଙ୍କ କରିଦିଅନ୍ତୁ | ଯାହାଫଳରେ ଆପଣ ସରକାରୀ ସବସିଡିର ଲାଭ ଉଠାଇ ପାରିବେ |
ପୋଷ୍ଟ ଅଫିସରେ ଶେଭିଂ ଆକାଉଣ୍ଟ ଖୋଲିଲେ ଅନେକ ସୁବିଧା ମିଳିଥାଏ | ନନ୍-ଚେକ୍ ସୁବିଧା ଖାତାରେ ସର୍ବନିମ୍ନ ରାଶି ୫୦ ଟଙ୍କା | ଆର୍ଥିକ ବର୍ଷ ୨୦୧୨-୧୩ରୁ ଅର୍ଜିତ ସୁଧ ପ୍ରତିବର୍ଷ ୧୦ ହଜାର ତାଙ୍କ ଏଯାଏଁ କର ମୁକ୍ତ ରହିଛି | ଏହାଛଡା କୌଣସି ନାବାଳିକ/ନାବାଳିକାଙ୍କ ନାଁରେ ମଧ୍ୟ ଆକାଉଣ୍ଟ ଖୋଲା ଯାଇପାରବ | ୧୦ ବର୍ଷ କିମ୍ବା ତାଠାରୁ ଅଧିକ ଆୟୁର ନାବାଳିକ/ନାବାଳିକା ଆକାଉଣ୍ଟ ଖୋଲି ବି ପାରିବେ ଏବଂ ସଞ୍ଚାଳିତ ମଧ୍ୟ କରିପାରିବେ |
ଗ୍ରାହକଙ୍କୁ ସରକାରୀ ସବସିଡିର ଲାଭ ଦେବା ପାଇଁ ପୋଷ୍ଟ ଅଫିସ ଶେଭିଂ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରାଇବାକୁ ହେବ | ଡାକ ବିଭାଗ ଏ ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଛି | ଡାକ ବିଭାଗ ତରଫରୁ ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି ଯେ ଲୋକେ ନିଜ ପୋଷ୍ଟ ଅଫିସ ଶେଭିଂ ଆକାଉଣ୍ଟରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (DBT) ର ଲାଭ ଉଠାଇପାରିବେ | ଏହାସହ ଏଥିରେ ଆଧାର ଲିଙ୍କ ପାଇଁ ଏକ କଲମ ସାମିଲ କରାଯାଇଛି | ଏହି କଲମ ଖାତା ଖୋଲିବା ଆପ୍ଲିକେସନ ଫର୍ମ କିମ୍ବା ପରଚେଜ ଅଫ ସାର୍ଟିଫିକେଟ ଫର୍ମରେ ନଜର ଆସିବ |