ପୋଷ୍ଟ ଅଫିସ୍ PPF ଯୋଜନା, ମାସିକ ୨ ହଜାର ଟଙ୍କା ଜମା କରି ହୋଇପାରିବେ ଲକ୍ଷପତି

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ ୧୪।୯: ଏବେ ନିବେଶର ଅନେକ ସାଧନ ଅଛି। ତେବେ ଆପଣ କେଉଁ ସ୍କିମରେ ନିବେଶ କରିବେ ଓ ଏହା ଆପଣଙ୍କୁ କେତେ ଲାଭ ଦେବ ଏହା ଆପଣଙ୍କ ଉପରେ ନିର୍ଭର କରେ। ତେବେ ପୋଷ୍ଚ ଅଫିସ ମଧ୍ୟ ଅନେକ ସ୍କିମ ଚଳାଉଛନ୍ତି, ଏଥିରେ ସବୁଠୁ ଖାସ ହେଉଛି ପିପିଏଫ ଯୋଜନା। ଏହାର ପୁରା ନାମ ହେଉଛି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ। ଏହା ଏକ ସରକାରୀ ଗ୍ୟାରେଣ୍ଟେଡ ସ୍କିମ। ଏଥିରେ ଦୀର୍ଘ ସମୟ ପାଇଁ ଆପଣ ନିବେଶ କରିପାରିବେ। ଯଦି ଆପଣ ବି ପୋଷ୍ଟ ଅଫିସର ଏହି ସ୍କିମରେ ନିବେଶ କରିବାକୁ ଚାହିଁବେ ତେବେ ଆସନ୍ତୁ ଯୋଜନାକୁ ବିସ୍ତୃତ ରୂପେ ଜାଣିବା।  

ଏହି ଯୋଜନାରେ ଆପଣ ଚାହିଁଲେ ୫୦୦ ଟଙ୍କାରୁ ଆରମ୍ଭ କରି ବାର୍ଷିକ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ। ଯାହା ଉପରେ ଆପଣଙ୍କୁ ୭.୧ ପ୍ରତିଶତ ହାରରେ ସୁଧ ମିଳିବ। ସେହିପରି ଇଇଇ କ୍ୟାଟଗରୀର ଏହି ସ୍କିମରେ ଆପଣ ୩ ପ୍ରକାର ସୁଧ ବି ବଞ୍ଚାଇ ପାରିବେ। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟର ମ୍ୟାଚୋରିଟି ୧୫ ବର୍ଷରେ ହୋଇଥାଏ। ଯେଉଁଥିରେ ଆପଣ ଆପଣଙ୍କ ନିବେଶକୁ ଅଧିକ ୫-୫ ବର୍ଷ ଲାଗି ସମ୍ପ୍ରସାରଣ ମଧ୍ୟ କରିପାରିବେ। ଏହି ଯୋଜନାରେ ଯଦି ଆପଣ ମାସିକ ୧ ହଜାର ଟଙ୍କା ଲେଖାଏଁ ନିବେଶ କରନ୍ତି ତେବେ ମ୍ୟଚୋରିଟିରେ ୮ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇ ପାରିବେ। ଆସନ୍ତୁ ଜାଣିବା ଏହି କାଲକୁଲେସନ ସମ୍ପର୍କରେ। 

ଯେପରି ଆପଣଙ୍କୁ କୁହାଯାଇଛି ଏହି ଯୋଜନାରେ ଆପଣ ୨୦୦୦ ଟଙ୍କା ଲେଖାଏଁ ନିବେଶ ଆରମ୍ଭ କରି ଲକ୍ଷପତି ହୋଇପାରିବେ। ଏଥି ଲାଗି ଆପଣଙ୍କୁ ପ୍ରତିମାସରେ ପିପିଏଫ ସ୍କିମରେ ୨ ହଜାର ଟଙ୍କା ଜମା କରିବାକୁ ପଡିବ। ଏହିଭଳି ଭାବେ ବର୍ଷକରେ ଆପଣଙ୍କ ଜମା ରାଶି ୨୪ ହଜାର ଟଙ୍କା ହୋଇଯିବ। ଆପଣ ଜାଣନ୍ତି ଏହି ସ୍କିମ ୧୫ ବର୍ଷରେ ମ୍ୟାଚୋର ହୋଇଥାଏ। ଏଣୁ ଆପଣଙ୍କ ଖାତାକୁ ଆଉ ୫-୫ ବର୍ଷ ଲାଗି ଆଗକୁ ବଢାଇବାକୁ ପଡିବ। ଫଳରେ ଆପଣଙ୍କ ଖାତା ୨୫ ବର୍ଷିଆ ହୋଇଯିବ। 

ମାସିକ ୨ ହଜାର ଟଙ୍କା ଜମା କରିବା ଯୋଗୁ ଆପଣଙ୍କ ମୋଟ ନିବେଶ ୫ ଲକ୍ଷ ଟଙ୍କା ହୋଇଯିବ। ଏହା ଉପରେ ବାର୍ଷିକ ୭.୧ ପ୍ରତିଶତ ହାରରେ ସୁଧ ହିସାବ କଲେ କେବଳ ସୁଧା ୮,୭୪,୪୦୨ ଟଙ୍କା ମିଳିବ। ଏହି ହିସାବରେ ୨୫ ବର୍ଷ ନିବେଶ ପରେ ଆପଣ ଖାତାରୁ ମୋଟ ୧୩,୭୪,୪୦୨ଟଙ୍କା ରିଟର୍ଣ୍ଣ ପାଇବେ। ଏହିପରି ଆପଣ ପୋଷ୍ଟ ଅଫିସ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମରେ ଜମା କରି ସହଜରେ ଲକ୍ଷପତି ହୋଇଯାଇପାରିବେ। 

ପୋଷ୍ଟ ଅଫିସ ପିପିଏଫ ଆକାଉଣ୍ଟ ଖୋଲିବାର ମଧ୍ୟ ଅନେକ ଲାଭ ଅଛି। ଏଥିରେ ମ୍ୟାଚୋରିଟିରେ ମିଳୁଥିବା ରିଟର୍ଣ୍ଣ ଆୟକର ମୁକ୍ତ। ଏଣୁ ଦୀର୍ଘ ସମୟ ନିବେଶ ନିମନ୍ତେ ପିପିଏଫକୁ ଉତ୍ତମ ବିକଳ୍ପ ମନେ କରାଯାଏ। ଏହା ସହିତ ଏହି ଖାତାରେ ଆପଣଙ୍କୁ ଋଣ ସୁବିଧା ମଧ୍ୟ ମିଳେ। ଏହି ସ୍କିମରେ ଖାତା ଖୋଲିବାର ବର୍ଷକ ପରେ ଆପଣ ଜମା ରାଶିର ୨୫ ପ୍ରତିଶତ ଋଣ ନେଇ ପାରିବେ।   ଏହି ଯୋଜନାରେ ଜଣେ ବ୍ୟକ୍ତି କେବଳ ଗୋଟିଏ ଖାତା ଖୋଲି ପାରିବେ। ପିପିଏଫ ଆକାଉଣ୍ଟର ୫ ବର୍ଷ ଲକ ଇନ୍ ପିରିୟଡ ରହିଛି। ଏହି ସମୟରେ ଆପଣ ଆକାଉଣ୍ଟରୁ ଉଠାଣ କରିପାରିବେନି। ଏହା ଛଡା ସମ୍ପୂର୍ଣ୍ଣ ରାଶି ୧୫ ବର୍ଷ ପରେ ବାହାର କରିପାରିବେ। ଏଥିରେ ଯଦି ଆପଣ ପ୍ରିମ୍ୟାଚୋର କ୍ଲୋଜ କରନ୍ତି ଅଥବା ଆକାଉଣ୍ଟଧାରୀ ରୋଗରେ ପଡନ୍ତି କି ପିଲାଙ୍କ ପାଠପଢା ପାଇଁ ପଇସା ଉଠାନ୍ତି ତେବେ ଆପଣଙ୍କୁ କୁକ୍ ପେନାଲ୍ଟି ମଧ୍ୟ ଦେବାକୁ ପଡିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.