ଏହି ଯୋଜନାରେ ପୁଞ୍ଜି ବିନିଯୋଗ କରି ପାଇବେ ଡବଲ୍ ରିଟର୍ନ, ଜାଣନ୍ତୁ ସର୍ବନିମ୍ନ କେତେ ଟଙ୍କା ନିବେଶ କରିପାରିବେ
5/12/2020 at 2:38 PM

ନୂଆଦିଲ୍ଲୀ ୦୫/୧୨ : ସମସ୍ତେ ଭଲ ଜାଗାରେ ବିନିଯୋଗ କରିବାକୁ ଚାହାନ୍ତି ଯେପରି ଭବିଷ୍ୟତରେ ଭଲ ରିଟର୍ନ ମିଳିବ। କିନ୍ତୁ ବେଳେ ବେଳେ ଲୋକେ ଭୁଲ ବଶତଃ ଏମିତି ଜାଗାରେ ପୁଞ୍ଜି ବିନିଯୋଗ କରିଦିଅନ୍ତି ଯେଉଁଠାରୁ ରିଟର୍ନ ତ ଦୂର କଥା ବିନିଯୋଗ କରିଥିବା ରାଶି ବି ସୁରକ୍ଷିତ ପାଇବା ମୁସକିଲ ହୋଇଯାଇଥାଏ। ପୋଷ୍ଟ ଅଫିସର ଏମିତି ଏକ ଯୋଜନା ରହିଛି ଯେଉଁଥିରେ ବିନିଯୋଗ କରି ଆପଣ ଡବଲ୍ ରିଟର୍ନ ପାଇପାରିବେ। ଏହି ଯୋଜନା ହେଲା କିଷାନ୍ ବିକାଶ ସ୍କିମ୍। ଜାଣନ୍ତୁ କଣ ଏହି କିଷାନ ବିକାଶ ସ୍କିମ :
କେନ୍ଦ୍ର ସରକାର ପୋଷ୍ଟ ଅଫିସ ଜରିଆରେ କିଷାନ ବିକାଶ ଯୋଜନା ଆରମ୍ଭ କରିଛନ୍ତି। ହିଁ ଯୋଜନାରେ ବିନିଯୋଗକାରୀଙ୍କୁ ଗ୍ୟାରେଣ୍ଟି ଡବଲ୍ ରିଟର୍ନ ମିଳିଥାଏ। ସରକାରଙ୍କ ଦ୍ୱାରା ସଞ୍ଚାଳିତ ଏହି ସ୍କିମରେ ଟଙ୍କା ବୁଡିବା ନେଇ ଚିନ୍ତା କରିବା ମଧ୍ୟ ଦରକାର ନାହିଁ। କାରଣ ଏହି ଯୋଜନାରେ ଆପଣଙ୍କ ଟଙ୍କା ସରକାରଙ୍କ ପାଖରେ ସୁରକ୍ଷିତ ରହେ।
କିଷାନ ବିକାଶ ସ୍କିମରେ ଆପଣଙ୍କୁ ୧୨୪ ମାସ ପାଇଁ ନିବେଶ କରିବାକୁ ହେବ। ଏହି ଅବଧିରେ ଆପଣ ନିବେଶ କରିଥିବା ପୁଞ୍ଜି ଡବଲ ହୋଇଯାଇଥାଏ। ଏହି ଯୋଜନାରେ ସରକାର ୬.୯ ପ୍ରତିଶତ ସୁଧ ଦେଇଥାନ୍ତି। ଏହି ଯୋଜନାରେ ଆପଣ ସିଙ୍ଗଲ୍ ଆକାଉଣ୍ଟ ବା ଡବଲ୍ ଆକାଉଣ୍ଟ ବି ଖୋଲି ପାରିବେ।
ପୋଷ୍ଟ ଅଫିସର କିଷାନ ବିକାର ଯୋଜନାରେ ସର୍ବନିମ୍ନ ହଜାରେ ଟଙ୍କା ନିବେଶ କରିପାରିବେ। ସର୍ବାଧିକ ଯେତିକି ଇଚ୍ଛା ସେତିକି ନିବେଶ କରିପାରିବେ। କିନ୍ତୁ ପୋଷ୍ଟ ଅଫିସ ନିୟମ ଅନୁସାରେ ଏହି ସ୍କିମରେ ନିବେଶ କରିବାକୁ ହେଲେ ନିବେଶକଙ୍କ ବୟସ ୧୮ ବର୍ଷ ହେବା ଦରକାର। ଆପଣ ଏହି ସ୍କିମରେ ହଜାରେ, ୫ ହଜାର, ୧୦ ହଜାର, ୫୦ ହଜାର ଯାଏଁ ସାର୍ଟିଫିକେଟ୍ ଜାରି କରାଇପାରିବେ।