ପୋଷ୍ଟ ଅଫିସରେ ପୁଣି ଝୁଲିଲା ତାଲା, ଅଫିସ୍ ବାରଣ୍ଡାରେ ବସିଲେ ଜମାକାରୀ

Published By : Prameya-News7 Bureau | July 10, 2023 IST

ନାରାୟଣପାଟଣା ୧୦/୦୭: ପୋଷ୍ଟ ଅଫିସରେ ପୁଣି ପଡିଲା ତାଲା । ଅଫିସ୍ ବାରଣ୍ଡାରେ ବସିଲେ ପୋଷ୍ଟ ଶହ ଶହ ଜମାକାରୀ । ନାରାୟଣ ପାଟଣାରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା ।

ସୂଚନା ଥାଉକି, ନାରାୟଣାପାଟଣା ପୋଷ୍ଟ ଅଫିସରେ ପୁଣି ଝୁଲିଲା ତାଲା । ପାଖାପାଖି ଗୋଟାଏ ବ୍ଲକ୍ ର ୫୦ ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ଟଙ୍କା ହଡପ ହୋଇଥିବା ଅଭିଯୋଗ । ପାଖାପାଖି ୩୦ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ତେବେ ସ୍ଥାନୀୟ ପୋଷ୍ଟ ମାଷ୍ଟର ଓ ପୋଷ୍ଟ ପିଅନ ସଂମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇ ପୋଷ୍ଟ ଅଫିସ ଆଗରେ ଜମାକାରୀମାନେ ପ୍ରତିବାଦ କରିଥିଲେ । ତେବେ ଆପୋଷ ଆଲୋଚନା ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଜମାକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.