scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ, ଆସିଲା ଶୁଭଲକ୍ଷ୍ମୀ ପୋଷ୍ଟମର୍ଟମ ରିପୋର୍ଟ

9/08/2023 at 9:21 AM

Sudhalakshmi Sahu

ଭୁବନେଶ୍ୱର ୦୯।୦୮:  ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା । ପୋଲିସ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ଵାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ସେହିପରି ୨୪ ରୁ ୩୬ ଘଣ୍ଟା ପୂର୍ବରୁ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଥିବା ସୂଚନା ମିଳିଛି । ଘଟଣାର ଅଧିକ ତଦନ୍ତ ପାଇଁ SFSLକୁ ଭିସେରା ପଠାଇଛି ପୋଲିସ । ଶୁଭଲକ୍ଷ୍ମୀଙ୍କ ୨ଟି ମୋବାଇଲରେ ଥିବା ୪ ଟି ସିମର ସିଡିଆର ମଗେଇଛି ପୋଲିସ । ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତଦେହରୁ ନିଶା ଦ୍ରବ୍ୟର ନମୁନା ମିଳିଛି । ଅନ୍ୟପଟେ ଶୁଭଲକ୍ଷ୍ମୀର କେଉଁଦିନ ମୃତ୍ୟୁ ଘଟିଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କୁ ସୋମବାର ଦିନ ଥାନାକୁ ଡାକି ପଚରାଉଚରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ପୁରୁଷ ବନ୍ଧୁକୁ ଜେରା କରିଛି ପୋଲିସ । ଏହାସହ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ ରମାଦେବୀ ଜୁନିଅର କଲେଜରେ ଯୁକ୍ତ-୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ । ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ । ସେହିଦିନ ଅପରାହ୍ଣ ୩ଟାରେ କଟକରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ। ପରଦିନ ଅର୍ଥାତ ଶନିବାର ସକାଳେ ସେ ରୁମ୍‌ରୁ ବାହାରି ନଥିଲେ ।

ସେହିଦିନ ମଧ୍ୟାହ୍ନରେ ହୋଟେଲ୍‌ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ । ହୋଟେଲ ବୟ ଏନେଇ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ । ଅପରାହ୍ଣରେ ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ । ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଏକ ଧକ୍କା ମାରିଥିଲେ ।

ତେବେ କବାଟ ଖୋଲିଯିବା ସହ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

   Related Posts