ପୋଷ୍ଟ ମାଷ୍ଟରଙ୍କ ଗଳାକାଟି ହତ୍ୟାକଲେ ମାଓବାଦୀ

Published By : Prameya-News7 Bureau | August 09, 2018 IST

ମାଲକାନଗିରି ୯/୮ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । ପାପୁଲୁର ପଞ୍ଚାୟତର ପୋଷ୍ଟ ମାଷ୍ଟର ନାରାୟଣ ପଲାସିଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ କମଳାପୁର ଗାଁରେ ପହଞ୍ଚି ପୋଷ୍ଟ ମାଷ୍ଟର ନାରାୟଣ ପଲାସିଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟରେ ଲେଖା ରହିଛି । ଗତକାଲି ମାଲକାନଗିରି-ଛତିଶଗଡ ସୀମା ଦନ୍ତେଓ୍ବାଡା ଜିଲ୍ଲାର ଜାମପଡା ରାସ୍ତାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଥିବାବେଳେ ବିଳମ୍ବିତ ରାତିରେ ପୋଷ୍ଟ ମାଷ୍ଟରଙ୍କୁ ହତ୍ୟା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.