Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

କୌଣସି  ଡିଗ୍ରୀ  ନକରି ଓପନ ୟୁନିଭର୍ସିଟିରୁ ପାଇଥିବା ପିଜି ସାର୍ଟିଫିକେଟ୍ ମାନ୍ୟ ନୁହେଁ: ସୁପ୍ରିମକୋର୍ଟ

7/03/2023 at 10:58 PM

ନୂଆଦିଲ୍ଲୀ: ଯେଉଁ ଛାତ୍ର-ଛାତ୍ରୀ ବିନା କୌଣସି ମୌଳିକ ଡିଗ୍ରୀ ପାଠ୍ୟକ୍ରମ ନକରି ଓପନ ୟୁନିଭର୍ସିଟିରୁ ପିଜି(ସ୍ନାତକୋତ୍ତର) ପ୍ରାପ୍ତ କରିଛନ୍ତି ବା ସାର୍ଟିଫିକେଟ୍ ପାଇଛନ୍ତି ତାହା ମାନ୍ୟ ହେବ ନାହିଁ। ନିକଟରେ ଏକ ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ ହୃଷିକେଶ ରୟ ଏବଂ ଜଷ୍ଟିସ ସଞ୍ଜୟ କୌଲଙ୍କ ଖଣ୍ଡପୀଠ କହିଛନ୍ତି, କଣ ମୌଳିକ ଡିଗ୍ରୀ ପାଠ୍ୟକ୍ରମ ନକରି ସିଧାସଳଖ ଓପନ ୟୁନିବର୍ସିଟିରୁ ପ୍ରାପ୍ତ ସ୍ନାତକୋତ୍ତର ଡିଗ୍ରୀ ସ୍ଵୀକାର୍ଯ୍ୟ କି ? ସୁପ୍ରିମକୋର୍ଟ ଅନ୍ନାମଲାଇ ବିଶ୍ଵ ବିଦ୍ୟାଳୟ ବନାମ ସରକାର ମାମଲାରେ ନିଜର ନିଷ୍ପତ୍ତି ଶୁଣାଇବା ସମୟରେ ଏହା ସ୍ପଷ୍ଟ କହିଛନ୍ତି ଯେ, ବିନା ମୌଳିକ ଡିଗ୍ରୀ ପାଠ୍ୟକ୍ରମରେ ଶିକ୍ଷାର୍ଥୀ ଓପନ ୟୁନିଭର୍ସିଟିରୁ ହାସଲ କରୁଥିବା ପିଜି ପାଠ୍ୟକ୍ରମ ମାନ୍ୟ ନୁହେଁ।

ଖଣ୍ଡପୀଠ, ଏନ ରମେଶ ବନାମ ସିବି ମଦନ ଗେବ୍ରିୟଲ(୨୨୦୮) ୩ ଏମଏଲଜେ ୨୫୫ ମାମଲାରେ ଏହା ମଧ୍ୟ କହିଛନ୍ତି, ବିନା ମୌଳିକ ଡିଗ୍ରୀରେ ଓପନ ୟୁନିଭର୍ସିଟି ଜରିଆ ପ୍ରାପ୍ତ ପିଜି ସାର୍ଟିଫିକେଟ୍ ସ୍ଵୀକାର୍ଯ୍ୟ ନୁହେଁ।୨୦୦୯ରେ  ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ।

ବର୍ତ୍ତମାନ ମାମଲାରେ ଆବେଦନକାରୀ ଜଣେ ପରୀକ୍ଷାର୍ଥୀ ହୋଇଥିବାରୁ ୨୦୦୮ରେ ତାମିଲନାଡୁ ଲୋକସେବା ଆୟୋଗ ଦ୍ଵାରା ଜାରି ନିଯୁକ୍ତିର ନୋଟିସ୍‌ରେ ନିଜର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଅଧିସୂଚନାରେ ପଦ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାର ବିବରଣ ଥିଲା। ଆବେଦନକାରୀ ଏକ ଓପନ ୟୁନିଭର୍ସିଟିରୁ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ। ଏହା ପୂର୍ବରୁ ସେ କୌଣସି ସ୍ନାତକ ପାଠ୍ୟକ୍ରମ କରିନଥିଲେ।

   Related Posts