ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଆଜି ରାତିରୁ ଓଡ଼ିଶାରେ ବର୍ଷା ସମ୍ଭାବନା

10/12/2018 at 7:02 PM

ଭୁବନେଶ୍ୱର ୧୦/୧୨ : ଏକ ଅପର୍ଏୟାର ୱେଷ୍ଟର୍ଲି ଟ୍ରଫ ଓଡ଼ିଶା ଏବଂ ପଶ୍ଚିମବଂଗ ଉପକୂଳ ଆଡ଼କୁ ଗତି କରୁଥିବା ହେତୁ ଆଭ୍ୟନ୍ତରୀଣ ଓ ଉତର ଓଡ଼ିଶାର ଜିଲ୍ଲାରେ ଆଜି ରାତିଠାରୁ ଘଡ଼ଘଡ଼ି ସହ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ୍ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦର୍ଶାଯାଇଛି ଯେ କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ, ବଲାଙ୍ଗିର, ବୌଦ୍ଧ ଏବଂ ସୋନପୁରରେ ବର୍ଷା ହେବାର ସମ୍ଭାବନା ରହିଛି ।


ବୁଲେଟିନରେ ଆହୁରି ମଧ୍ୟ କୁହାଯାଇଛି ଦକ୍ଷଣି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭୨ ଘଂଟା ମଧ୍ୟରେ ଘନୀଭୂତ ହେବ ଏବଂ ଏହା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇବ । ଉପକୂଳ ଅତିକ୍ରମ କରିବା ପରେ ଏହା ଓଡ଼ିଶାକୁ ଆସିପାରେ ଓ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଉପକୂଳ ଅଂଚଳର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୫ ଓ ୧୬ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।


ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଡିସେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

   Related Posts