ଲଘୁଚାପ ପ୍ରଭାବରେ ଆଜିଠାରୁ ୩ ଦିନ ଯାଇଁ ବର୍ଷା ସମ୍ଭାବନା; ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ

Published By : Prameya-News7 Bureau | October 28, 2018 IST

ଭୁବନେଶ୍ୱର ୨୮/୧୦ : ବାତ୍ୟା ତିତଲି ଗଲା ପରେ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆଜି ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୭ଟି ଜିଲ୍ଲାରେ ବର୍ଷା ହେବା ନେଇ ଅାକଳନ କରି ପାଣିପାଗ ବିଭାଗ। ତିନି ଦିନ ଧରି ଦକ୍ଷିଣ ଓଡିଶା ସହ ଉପକୁଳ ଅଂଚଳରେ ବର୍ଷିବ । ଉପକୁଳ ସମେତ ଏହାର ପ୍ରଭାବରେ ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ। ଏହା ବ୍ୟତୀତ ଗଞ୍ଜାମ, କଟକ, ନୟାଗଡ଼, ରାୟଗଡ଼ା ଏବଂ ବାଲେଶ୍ବରରେ ବର୍ଷା ହୋଇପାରେ । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲା ଯଥା  ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଗଞ୍ଜାମ, ଗଜପତିରେ କ୍ଷତିଗ୍ରସ୍ତଙ୍କୁ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିବା ଯୁଗ୍ମ ରିଲିଫ କମିଶନର ସୂଚନା ଦେଇଛନ୍ତି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନଯିବା ଲାଗି  ପରାମର୍ଶ ଦିଆଯାଇଛି । ୨୯ ଓ ୩୦ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ନିର୍ଦେଶ ଦିଆଯାଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତୀ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୂଚାରେ ରୁପ ‌ନେବ ବୋଲି ଭୁବନେଶ୍ବର ଅାଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ୩ ଦିନ ବର୍ଷାକୁ ଆଖିରେ ରଖି OUAT ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ବର୍ଷା ଛାଡିବା ପରେ ଫସଲରେ ଲୁଣ ପାଣି ସିଞ୍ଚନ ସହ ଯେଉଁଠି ଗଛ ପଡି ଯାଇଥିବ ତାକୁ ଶୀଘ୍ର ଉଠାଇନେବାକୁ ପରାମର୍ଶ ଦିଆଯାଇଛି । ଗୋଟିଏ ଟିମ୍ ଫିଲ୍ଡକୁ ପଠାଯାଇଥିବା ବେଳେ ବିଶେଷଜ୍ଞଙ୍କୁ ଫିଲ୍ଡକୁ ଯିବା ପାଇଁ କୁହାଯାଇଛି । ଚଳିତ ବର୍ଷ ଅକ୍ଟୋବର ମାସରେ ଯେତିକି ବର୍ଷା ହେବାର କଥା, ତାଠାରୁ ୧୫ ପ୍ରତିଶତ ଅଧିକ ବର୍ଷିସାରିଲାଣି । ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ପରେ ୩୧ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ । ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବ । ଲଘୁଚାପ ପ୍ରଭାବରେ ପାଗ ମେଘୁଅା ଓ କୋହଲା ରହିବ । ସ୍ଥାନେ ସ୍ଥାନେ ଝିପି ଝିପି ବର୍ଷା ମଧ୍ୟ ହୋଇଛି । ଏହା ଦ୍ବାରା ଚାଷ ପ୍ରଭାବିତ ହୋଇପାରେ । ବିଶେଷ କରି ଧାନ ଗଛରେ ଫୁଲ ସହ ଫଳ ଧରିବା ଅାରମ୍ଭ କରିଛି । କିନ୍ତୁ ପାଗ ମେଘୁଅା ରହିଲେ ଧାନ ଗଛ‌ରେ ଚକଡା ପୋକ ଯଥେଷ୍ଟ ଲାଗିବା ସମ୍ଭାବନା ରହିଛି । ଏହା ଅଣ ଜଳସେଚିତ ରବି ଫସଲ ପାଇଁ ସହାୟକ ହେବ । ଏନେଇ ରାଜ୍ୟର ବିଭି୍ନି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦର ବିଶେଷଜ୍ଞ ମାନଙ୍କୁ ରୋଗ ପୋକ ନିୟନ୍ତରଣ ସହ ଚକଡା ଦାଉରୁ ରକ୍ଷା ପାଇଁ ଚାଷୀ ମାନଙ୍ଗୁ ପରାମର୍ଶ ଦେବାକୁ ଡୟୁଏଟି ପକ୍ଷରୁ ନିର୍ଦେଶ ଦିଅାଯାଇଛି। ସମୁଦ୍ର ଉପର ଟ୍ରପ ଜରିଅାରେ ଅାସୁଥିବା ଉଷ୍ମ ଜଳୀୟ ବାଷ୍ପ ସ୍ଥଳଭାଗ ଉପର ଟ୍ରପ ଯୋଗୁ ଶୁଷ୍କ ଓ ଥଣ୍ଡା ବାଦଲ ମିଶ୍ରଣ ଫଳରେ ବଙ୍ଗୋପ ସାଗରରେ ମେଘ ଘୋଟି ଅାସୁଛି । ଅାସନ୍ତାକାଲି ଠାରୁ ଉପକୁଳ ଜିଲା ଗୁଡିକରେ ବର୍ଷା ଲାଗି ରହିବା ନେଇ ଅାକଳନ କରିଛ ଅାଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.