ସୁଆର ଓ ମହାସୁଆର ନିଯୋଗର ସମ୍ଭାବ୍ୟ ତାଲିକା ପ୍ରସ୍ତୁତ, ଖୁବ୍ ଶୀଘ୍ର ନିଯନ୍ତ୍ରଣ ହେବ ମହାପ୍ରସାଦ ଦର

Published By : Prameya-News7 Bureau | August 17, 2023 IST

ପୁରୀ ୧୭/୦୮: ଶ୍ରୀମନ୍ଦିରରେ ଅବଢ଼ା (ଶଙ୍ଖୁଡ଼ି ମହାପ୍ରସାଦ) ଦର ନିର୍ଦ୍ଧାରଣରେ ଆସିପାରେ ଶୃଙ୍ଖଳା । ଆସନ୍ତା ପରିଚାଳନା କମିଟିରେ ହୋଇପାରେ ଦର ନିର୍ଦ୍ଧାରଣ ଆଲୋଚନା । ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ସୁଆର, ମହାସୁଆର ନିଯୋଗ ଅବଢ଼ା ଦର ନିର୍ଦ୍ଧାରଣ ନେଇ ଏକ ପ୍ରାକ୍‌ ତାଲିକା ପ୍ରସ୍ତୁତ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛି ।

ସୂଚନାଥାଉକି, ବାସୁମତି, ଜିରା ରାଇସ୍‌, କାନିକା, ଖେଚେଡ଼ି, ଡାଲି, ବେସର, ମହୁର, ପୋଟଳ ରସା, ସାଗ, ସୋଲାବୁଟ ତରକାରୀ, ଖଟା, ଖିରୀ ପ୍ରଭୃତି ଶଙ୍ଖୁଡ଼ି ମହାପ୍ରସାଦର ଦର ତାଲିକା ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ଭକ୍ତ ଗୋଟିଏ କଦଳି ପତ୍ର କିମ୍ବା ଖଲି ପତ୍ରରେ ଶଙ୍ଖୁଡ଼ି ମହାପ୍ରସାଦ ଖାଇଲେ କେତେ ଟଙ୍କା ଦେବାକୁ ପଡ଼ିବ ସେ ନେଇ ମଧ୍ୟ ସ୍ୱତନ୍ତ୍ର ଦର ପ୍ରସ୍ତୁତ କରାଯାଇଛି ।

you can also read...

wp:embed {"url":"https://www.prameyanews7.com/dissatisfied-mind-of-devotees-with-adap-abhada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dissatisfied-mind-of-devotees-with-adap-abhada/
/wp:embed

ଖଲିପତ୍ର ଓ କଦଳିପତ୍ରରେ ଅବଢ଼ା ଖାଇଲେ ଅନ୍ନ, ଡାଲି, ବେସର, ମହୁର, ଖଟା, ବେସର, କାନିକା ପାଇଁ ୧୨୦ ଟଙ୍କା, ଏହା ସହ ଶାଗ ଓ ଖେଚେଡ଼ି ଖାଇଲେ ୧୫୦ ଟଙ୍କା, ଏହାସାଙ୍ଗରେ ପୋଟଳରସା, କାବୁଲି ସୋଲା ତରକାରୀ ଓ ଖିରୀ ଖାଇଲେ ମୋଟ ୨୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ସୁଆରମହାସୁଆର ନିଯୋଗ ଏକ ସମ୍ଭାବିତ ତାଲିକା କରିଛି ।

ସେହିପରି ଡାଲି ଦାସିଆ ହାଣ୍ଡି ୨୦୦ ଟଙ୍କା, ବଡ଼ମଠ ହାଣ୍ଡି ୧ ହଜାର ଟଙ୍କା, ଧଳାମଠ ହାଣ୍ଡି ୮୦୦ ଟଙ୍କା, ସାନମଠ ହାଣ୍ଡି ୬୦୦ ଟଙ୍କା, ଚକା ଏକନମ୍ବରୀ ୪୦୦ ଟଙ୍କା, ସାନହାଣ୍ଡି ଭାତ ୧୫୦ ଟଙ୍କା ଓ ପଖାଳ ଓଳି ୪୦ ଟଙ୍କା ରହିବ । ଦର ନିର୍ଦ୍ଧାରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ମତ ରଖାଯାଇନି । ପରିଚାଳନା କମିଟି ବୈଠକ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.