ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚୀନ୍‌ରେ ପୁଣି ଲକଡାଉନ ଆଶଙ୍କା! ବିପଦରେ ବିଶ୍ୱ ଅର୍ଥ ବ୍ୟବସ୍ଥା

14/07/2022 at 4:51 PM

ବେଜିଂ ୧୪।୭: ଚୀନ୍‌ରେ କରୋନା ଭାଇରସର ପ୍ରକୋପ ଏବେବି ଥମିନି। ବଢୁଥିବା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ପ୍ରକୋପ ନିୟନ୍ତ୍ରଣ ପାଇଁ ପୁଣି ଲକଡାଉନର ଆଶ୍ରୟ ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି। ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ଚୀନ୍‌ରେ ଯଦି ପୁଣି ଲକଡାଉନ ଜାରି ହୁଏ କେବଳ ଦେଶ ନୁହେଁ ବିଶ୍ୱର ଅର୍ଥ ବ୍ୟବସ୍ଥା ଲାଗି କାଫି ଚିନ୍ତାଜନକ ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। ଚୀନ୍‌ ଅର୍ଥନୀତି ପାଇଁ ଏହା ଏକ ଝଟକା ଭଳି ହେବାକୁ ଥିବା ବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ।

ଚୀନ୍‌ କରୋନାକୁ ନେଇ କେତେ ଭୟଭୀତ ଏହା ଏକ ସାମାନ୍ୟ ଘଟଣାରୁ ଯେ କେହିବି ଅନୁମାନ କରିପାରିବେ। ସହରରେ ସଂକ୍ରମଣର କେବଳ ଗୋଟିଏ ମାମଲା ସାମ୍ନାକୁ ଆସିବା ଯୋଗୁ ପୁରା ସହରକୁ ୩ ଦିନ ଲକଡାଉନ କରିଦିଆଯାଇଥିଲା। ଚୀନ୍‌ରେ ଏବେ ପୁଣି ସଂକ୍ରମଣ ବଢିବା ଆରମ୍ଭ କରିଛି। ଏଣୁ ଲକଡାଉନର ଆଶଙ୍କା କରାଯାଉଥିବା ବେଳେ କାରଖାନା , କନଷ୍ଟ୍ରକ୍ସନ ପୁଣି ବନ୍ଦ ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିରେ ଯଦି କନଷ୍ଟ୍ରକ୍ସନ କମ୍ପାନୀ ପୁଣି ଲକଡାଉନର ସମ୍ମୁଖୀନ ହୁଅନ୍ତି ତେବେ ପ୍ରଥମରୁ ଋଣରେ ବଡି ରହିଥିବା କମ୍ପାନୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି।

ଇକୋନମୀ ସହ ସମ୍ପର୍କିତ ସବୁ ଇଣ୍ଡିକେଟର ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ଚୀନ୍‌ରେ ହ୍ରାସ ଆରମ୍ଭ ହୋଇଯାଇଥିବା ସୂଚିତ କରୁଥିବା ବେଳେ ସରକାର ବର୍ଷର ଦ୍ୱିତୀୟ ଷଡମାସିକ ଉପରେ ନଜର ରଖି ରହିଛନ୍ତି। ଏଥିରେ ୫.୫ ପ୍ରତିଶତ ଗ୍ରୋଥର ଲକ୍ଷ ହାସଲ ହୋଇ ଯାଇପାରିବ ବୋଲି ଜିନପିଙ୍ଗ ସରକାର ଆଶା କରୁଛନ୍ତି। ଚୀନ୍‌ରେ କରୋନା ଭାଇରସ ମହାମାରୀ ପୁଣି ଥରେ ଆତଙ୍କ ଖେଳାଇଛି।

ହାମାରୀ ବ୍ୟାପିବା ପ୍ରଚାରିତ ହେବା ପରେ ଗତ ୧୫ ଦିନ ହେଲା ଚୀନ୍‌ ସେୟାର ବଜାର ହ୍ରାସର ସମ୍ମୁଖୀନ ହେଉଛି। ଜୁନ ୨୮ ପରେ ଚୀନ୍‌ର ହାଙ୍ଗସେଙ୍ଗ ଓ ଚାଇନା ଏଣ୍ଟରପ୍ରାଇଜେସ୍ ଇଣ୍ଡେକ୍ସ  ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି। ଏଥିରେ ନିବେଶକ କରୋନାକୁ ନେଇ ପୁଣି ଥରେ ଚିନ୍ତାରେ ପଡିଛନ୍ତି। ଯଦି ଦେଶରେ କରୋନା ସଂକ୍ରମଣ ବଢେ ସରକାର ଲକଡାଉନ ଘୋଷଣା କରିବା ସହ ଆର୍ଥିକ ଗତିବିଧିକୁ ପୁଣି ଠପ କରିଦେଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି।

   Related Posts