ରମଜାନରେ ଇସ୍ରାଏଲ-ହମାସ ଯୁଦ୍ଧରେ  ଲାଗିପାରେ ବୀରାମ, ସବୁ ବନ୍ଧକଙ୍କୁ ମୁକ୍ତ କରିବ ହମାସ

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ ୨୫।୨: ମୋସାଦ ମୁଖ୍ୟ ଡେଭିଡ ବାର୍ଣ୍ଣିୟା ଓ ଶିନବେଟ୍‌ ନିର୍ଦ୍ଦେଶକ ରୋନେନ୍ ବାରଙ୍କ ନେତୃତ୍ୱରେ ଇସ୍ରାଏଲ ପ୍ରତିନିଧିଦଳ  ଆମେରିକା, କତାର ଓ ଇଜିପ୍ଟ ଅଧିକାରୀଙ୍କ ସହିତ ପ୍ୟାରିସ ଓ କାହିରାରେ ମାରାଥନ ବାର୍ତ୍ତା ପରେ ଜେରୁଜେଲମ ଫେରିଛନ୍ତି। ଏହି ବାର୍ତ୍ତାରେ ଅନେକ ପ୍ରସଙ୍ଗରେ ସହମତି ହୋଇଥିବା ଜଣାପଡିଛି। ଏଣୁ ଏବେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧବୀରାମର ଆକଳନ କରାଯାଉଛି। ଇସ୍ରାଏଲୀ ପ୍ରତିରକ୍ଷାମନ୍ତ୍ରାଳୟ ସୂତ୍ରାନୁସାରେ ମୋସାଦ ମୁଖ୍ୟ ଇସ୍ରାଏଲ ଯୁଦ୍ଧ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କୁ ମାମଲାରେ ଅନଧିକାରୀକ ସୂଚନା ଦେଇଛନ୍ତି।

ସେ ମାର୍ଚ୍ଚ ୧୦ ତାରିଖରେ ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ଯୁଦ୍ଧବୀରାମର ସମ୍ଭାବନା ପ୍ରକାଶ କରିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ର ଅନୁସାରେ ଇସ୍ରାଏଲ ପକ୍ଷରୁ ରଖା ଯାଇଥିବା ସବୁ ପ୍ରସ୍ତାବରେ ହମାସ ସହମତ ହୋଇଛି। ଏହି ସବୁ ପ୍ରସ୍ତାବରେ ସବୁ ବନ୍ଧକଙ୍କୁ ମୁକ୍ତ କରିବା ଓ ମୃତକମାନଙ୍କ ଶବ ଫେରାଇବା ମଧ୍ୟ ସାମିଲ। ଇସ୍ରାଏଲ ମଧ୍ୟସ୍ଥଙ୍କୁ ଏହା ବି ସୂଚିତ କରିଛି ଯେ ଯଦି ବୁଝାମଣା ନ ହେଲା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଷ୍ଟ୍ରିପ୍‌ର ରଫା ଅଞ୍ଚଳରେ ଇସ୍ରାଏଲ ସୈନିକଙ୍କ ଆକ୍ରମଣକୁ ଆହୁରି ତୀବ୍ରତର କରାଯିବ।

{"id":913522,"width":841,"height":473,"sizeSlug":"full","linkDestination":"none"}

ରଫାରେ ମହିଳା ଓ ଶିଶୁଙ୍କ ଏକ ବିଶାଳ ସଂଖ୍ୟା ଏବେ ଅବସ୍ଥାନ କରୁଛି। ମିଳୁଥିବା ସୂଚନା ଅନୁସାରେ ଇସ୍ରାଏଲ ପକ୍ଷ ଉତ୍ତର ଗାଜାରେ ବିସ୍ଥାପିତ ପାଲେଷ୍ଟେନିୟଙ୍କୁ ପୁନର୍ବାସ କରିବାକୁ ସହମତ ହୋଇଛି। ଏହି ବାର୍ତ୍ତାରେ ଇସ୍ରାଏଲ ପକ୍ଷରୁ ଡେଭିଡ୍ ବାର୍ଣ୍ଣିୟା ଓ ରୋନେନ୍ ବାର କରିଛନ୍ତି। କତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦବିନ ଅବଦୁଲ୍ଲରହମାନ ଅଲ ଥାନୀ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ)ର ମୁଖ୍ୟ ୱିଲିୟମ ବନର୍ସ ଓ ଇଜିପ୍ଟ ଗୁଇନ୍ଦା ମୁଖ୍ୟ ଆବ୍ବାସ କାମେଲ ମଧ୍ୟ ଭାଗ ନେଇଥିଲେ।

ଅକ୍ଟୋବର ୭ ତାରିଖ ଦିନ ହମାସ ପକ୍ଷରୁ ଇସ୍ରାଏଲ ଉପରେ କରାଯାଇଥିବା ଆକ୍ରମଣ ପରଠାରୁ  ଇସ୍ରାଏଲର ଜବାବୀ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ  ୨୯ ହଜାର ପାଲେଷ୍ଟେନୀୟଙ୍କ ମୃତ୍ୟୁ ହେଲାଣି। ପାଲେଷ୍ଟାଇନରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କ ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି। ତେବେ ହମାସ ଆକ୍ରମଣରେ ଇସ୍ରାଏଲରେ ୧୨ଶହରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ହମାସ ପଣବନ୍ଦୀ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.