ସ୍କୁଲ ଛାତ୍ର ସାଇବର ଠକ ! ୩୨୫ଜଣଙ୍କ ଉପରେ ପୋଲିସର ନଜର, ଦିନରେ ୩ ଥର ନିଆଯାଉଛି ଉପସ୍ଥାନ

Published By : Prameya-News7 Bureau | November 17, 2023 IST

ଜାମତାଡା ୧୭।୧୧: ସାଇବର ଅପରାଧ କ୍ଷେତ୍ରରେ ଜାମତାଡା ଏତେ ବଦନାମ ହୋଇଯାଇଛି ଯେ ଏବେ ଏଠାକାର ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ନଜର ରଖାଯାଉଛି। କରମାଟାଣ୍ଡର ଏକ ସରକାରୀ ଯୁକ୍ତ ୨ ସ୍କୁଲରେ ପଢୁଥିବା ପାଖାପାଖି ୩୨୫ ଜଣ ଛାତ୍ରଛାତ୍ରୀଙ୍କ ସାଇବର ଅପରାଧ ସହ ସମ୍ପୃକ୍ତି ଆଶଙ୍କାରେ ଶିକ୍ଷା ବିଭାଗ ଏବେ ପଡଉଠ ହେଉଛି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ କେରଳ ପୋଲିସ ଶିକ୍ଷା ବିଭାଗଙ୍କ ସହ ସମ୍ପର୍କ କରି ସାଇବର ଠକେଇ ପାଇଁ ଗିରଫ ଛାତ୍ର ଘଟଣା ସମୟରେ ସ୍କୁଲରେ ପଢୁଥିବା ଉପସ୍ଥାନ ଆଧାରରେ ଜାମିନ ଲାଗି ଉଦ୍ୟମ କରିଥିବା ସୂଚିତ କରିଥିଲା।

ଏହା ପରଠାରୁ ସତର୍କତା ସ୍ୱରୂପ ଶିକ୍ଷା ବିଭାଗ କରମାଟାଣ୍ଡର ଏହି ସ୍କୁଲରେ ନିୟମ କଡାକଡି କରିଛନ୍ତି। ସେହିପରି ବିଷୟ ଅନୁସାରେ ଶିକ୍ଷକ ଏବେ ନିୟମିତ କ୍ଲାସ୍‌ ମଧ୍ୟ କରୁଛନ୍ତି। ଏହା ଛଡା ଜିଲ୍ଲା ଶିକ୍ଷା ଅଧିକାରୀ ନିଜେ ସ୍କୁଲର ମନିଟରିଂ କରୁଛନ୍ତି। ଅପରାଧରୁ ଛାତ୍ରଛାତ୍ରୀଙ୍କୁ ମୁକ୍ତ ରଖିବା ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଡିଏସଇ ଗୋପାଲ କୃଷ୍ଣ ଝା କହିଛନ୍ତି ଯେ ଚିହ୍ନଟ ହୋଇଥିବା ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ୧୭୯୫, ଏମାନଙ୍କ ମଧ୍ୟରୁ ୩୨୫ ଛାତ୍ରଙ୍କ ସନ୍ଦିଗ୍ଧ ଗତିବିଦ୍ଧି ଉପରେ ନଜର ରଖାଯାଇଛି।

{"id":870950,"width":843,"height":444,"sizeSlug":"full","linkDestination":"none"}

ଏହି ଛାତ୍ରମାନଙ୍କର କଥା କହିବାର ଶୈଳୀ, ସେମାନଙ୍କ ଗତିବିଧି, ସଉକ ଓ ସ୍କୁଲରେ ଅନୁପସ୍ଥିତି ଏବଂ ଅନ୍ୟ ସ୍ଥିତି ପରିସ୍ଥିତି ଉପରେ ମଧ୍ୟ ନଜର ରଖାଯାଉଛି। ତେବେ ଏପରି ଛାତ୍ରଙ୍କ ଅଭିଯୋଗ ସେମାନଙ୍କ ଅଭିଭାବକଙ୍କ ନିକଟରେ କରାଯିବାରେ ସେମାନେ ଓଲଟା ଶିକ୍ଷକଙ୍କୁ ଧମକାଉଛନ୍ତି। ଏଥିରେ ଶିକ୍ଷକ ବିବଶ ହୋଇ ଛାତ୍ରଙ୍କ ବିରୋଧରେ ଏବେ ଆଉ ଅଭିଯୋଗ କରୁ ନାହାଁନ୍ତି।

ସ୍କୁଲକୁ ପଢି ଆସୁଥିବା ଛାତ୍ରଙ୍କ ୩ ଥର ଉପସ୍ଥାନ ନିଆଯାଉଛି। ସ୍କୁଲରେ ପ୍ରାର୍ଥନା ପରେ, ମଧ୍ୟହ୍ନ ବିରତୀ ଟିଫିନ ଛୁଟି ପରେ ଓ ସ୍କୁଲ ଛୁଟି ହେବା ପୂର୍ବରୁ ସେମାନଙ୍କର ଉପସ୍ଥାନ ନିଆଯାଉଛି। ଯାହାଦ୍ୱାରା ସ୍କୁଲ ଅବଧି କାଳରେ ଛାତ୍ରଛାତ୍ରୀ ଯେପରି ସାଇବର ଅପରାଧ  କରି ନପାରନ୍ତି । ତେବେ ସାଇବର ଡିଏସପି ନଜରୁଲ ହୋଦା ଅପରାଧରେ ସମ୍ପୃକ୍ତ ଛାତ୍ରଙ୍କ ଟ୍ରାକିଙ୍ଗକୁ ନେଇ କାମ କରାଯାଉଥିବା କହିଛନ୍ତି। ଏବେ ସାଇବର ଅପରାଧ ପ୍ରଭାବିତ ଅଞ୍ଚଳର ସ୍କୁଲମାନଙ୍କର ଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଶିବିର ଆୟୋଜନ କରିବାକୁ ପୋଲିସ ଉଦ୍ୟମ କରୁଥିବା ସେ କହିଛନ୍ତି।

ନୈନିତାଲ୍‌ରେ ଭୟଙ୍କର ଦୁର୍ଘଟଣା : ୫୦୦ ମିଟର ଗଭୀର ଖାଇରେ ଖସିଲା ଜିପ୍‌, ୮ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.