ମୁମ୍ୱାଇ: ମହାରାଷ୍ଟ୍ରରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ପାଖରେ ନଗର ବିକାଶ ମନ୍ତ୍ରଣାଳୟ ରଖିଛନ୍ତି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୃହ ଏବଂ ଅର୍ଥ ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟ ମନ୍ତ୍ରିମଣ୍ଡଳର ନବ ନିଯୁକ୍ତ ମନ୍ତ୍ରୀଙ୍କୁ ଦାୟିତ୍ୱ ବଣ୍ଟନ କରିବା ପରେ ରାଜ୍ୟପାଳ ଏହାକୁ ମଞ୍ଜୁରୀ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ପାଖରେ ସାଧାରଣ ପ୍ରଶାସନ, ନଗର ବିକାଶ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ଜନସମ୍ପର୍କ, ଲୋକ ନିର୍ମାଣ, ପରିବହନ, ଯୋଗାଣ, ସାମାଜିକ ନ୍ୟାୟ, ବିପର୍ଯ୍ୟୟ ପରିଚାଳନା ଏବଂ ଜଳ ସଂରକ୍ଷଣ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଅଳ୍ପସଂଖ୍ୟକ ମନ୍ତ୍ରଣାଳୟ ରହିବ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ନିକଟରେ ଗୃହ, ଅର୍ଥ ଏବଂ ଯୋଜନା, ଆଇନ ଏବଂ ନ୍ୟାୟ, ଜଳ ସମ୍ପଦ, ଆବାସ ଏବଂ ଶକ୍ତି ବିଭାଗ ରହିବ।
ରାଜକୃଷ୍ଣା ବିଖେ ପାଟିଲ-ରାଜସ୍ୱ, ପଶୁପାଳନ ଏବଂ ଡାଏରୀ ବିକାଶ
ସୁଧୀର ମୁନଙ୍ଗଟୀଭାର- ଜଙ୍ଗଲ, ସଂସ୍କୃତି ଏବଂ ମତ୍ସ୍ୟପାଳନ ବିଭାଗ
ଚନ୍ଦ୍ରକାନ୍ତ ପାଟିଲ- ଉଚ୍ଚ ଏବଂ ବୈଷୟିକ ଶିକ୍ଷା, ବୟନ ଶିଳ୍ପ ଏବଂ ସଂସଦୀୟ କାର୍ଯ୍ୟ
ଡ ବିଜୟକୁମାର ଗାବିତ- ଆଦିବାସୀ ବିକାଶ
ଗିରୀଶ ମହାଜନ- ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ, ସ୍ୱାସ୍ଥ୍ୟ, କ୍ରୀଡା ଏବଂ ଯୁବ ବ୍ୟାପାର କଲ୍ୟାଣ ବିଭାଗ
ଗୁଲାବରାଓ ପାଟିଲ-ଜଳ ଯୋଗାଣ ଏବଂ ସ୍ୱଚ୍ଛତା
ଦାଦ ଭୁସେ- ବନ୍ଦର ଏବଂ ଖଣି ବିଭାଗ
ସଞ୍ଜୟ ରାଠୋର- ଖାଦ୍ୟ ଏବଂ ଔଷଧ ପରିଚାଳନା
ସୁରେଶ ଖାଡେ-ଶ୍ରମ ମନ୍ତ୍ରଣାଳୟ
ସନ୍ଦୀପନ ଭୁମରେ- ରୋଜଗାର ଗ୍ୟାରେଣ୍ଟି
ଉଦୟ ସାମନ୍ତ-ଉଦ୍ୟୋଗ
ତାନାଜୀ ସାୱନ୍ତ- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ
ରବିନ୍ଦ୍ର ଚୌହାନ-ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ
ଅବଦୁଲ ସତ୍ତାର-କୃଷି
ଦୀପକ କେସରକର- ଗଣ ଶିକ୍ଷା ମନ୍ତ୍ରୀ
ଅତୁଲ ସାଭେ- କର୍ପୋରେଟିଭ, ପଛୁଆ ଏବଂ ବହୁଜନ କଲ୍ୟାଣ ବିଭାଗ
ଶମ୍ଭୁରାଜ ଦେସାଇ- ରାଜ୍ୟର ଉତ୍ପାଦ ଶୁଳ୍କ