ପୋର୍ଶ ଦୁର୍ଘଟଣା ମାମଲାରେ ବଡ଼ ଆକ୍ସନ, ୨ ପୋଲିସକର୍ମୀ ନିଲମ୍ୱିତ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ: ପୁଣେ ପୋର୍ଶ ମାମଲାରେ ଶୁକ୍ରବାର ବଡ଼ ଆକ୍ସନ ନିଆଯାଇଛି । ଅଭିଯୁକ୍ତ ନାବାଳକକୁ ଯେଉଁ ପୋଲିସ ଷ୍ଟେସନ ନିଆଯାଇଥିଲା, ସେଠାକାର ଦୁଇ ପୋଲିସକର୍ମୀଙ୍କୁ ନିଲମ୍ୱନ କରାଯାଇଛି । ରିପୋର୍ଟ ଅନୁସାରେ, ପ୍ରୋଟୋକଲ ପାଳନ କରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କୁହାଯାଉଛି ଯେ ଏହି ଦୁଇ ଜଣ ପୋଲିସକର୍ମୀ ଘଟଣାର ତୁରନ୍ତ ପରେ ସେଠାରେ ପହଞ୍ଚିଥିଲେ । ପ୍ରାରମ୍ଭିକ ତଦନ୍ତରେ ସାମନାକୁ ଆସିଛି ଯେ ସେମାନେ ଘଟଣାର ସୂଚନା ନିଜ ଉପରସ୍ଥ ଅଧିକାରୀଙ୍କୁ ଦେଇନଥିଲେ ଏବଂ କଣ୍ଟ୍ରୋଲ୍ ରୁମ୍ ଯାଏ ମଧ୍ୟ ସୂଚନା ପହଞ୍ଚାଇ ନଥିଲେ ।

ଅନ୍ୟପଟେ ପୁଣେ ଅଦାଲତ ପୋର୍ଶ ଦୁର୍ଘଟଣା ମାମଲାରେ ୧୭ ବର୍ଷୀୟ ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲ ସମେତ ୬ ଜଣଙ୍କୁ ଜୁନ୍ ୭ ଯାଏ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । କଲ୍ୟାଣୀନଗରରେ ରବିବାର ପୋର୍ଶ କାର ଚଲାଉଥିବା ନାବାଳକ ବାଇକରେ ଯାଉଥିବା ୨ ସ୍ପଷ୍ଟୱେର ଇଞ୍ଜିନିୟରକୁ ଚଢାଇ ଦେଇଥିଲା । ଘଟଣାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଦାବି କରିଥିଲା ଯେ ନାବାଳକ ଜଣକ ମଦ ନିଶାରେ କାର ଚଲାଉଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କ ପୋଲିସ ହେପାଜତକୁ ବଢାଇବା ପାଇଁ ଅପିଲ୍ କରିଥିଲେ । ତେବେ କୋର୍ଟ ଅଗ୍ରାୱଲ ଏବଂ ବାର ମାଲିକ ଏବଂ କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.