ବୟସ କେବଳ ଏକ ସଂଖ୍ୟା ! ୮୦ ବର୍ଷୀୟ ବୃଦ୍ଧ ୮୦ Porsche କାରର ମାଲିକ, କେଉଁଠୁ ଜନ୍ମିଲା ଇଚ୍ଛା…

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩/୧୨: ବୟସ କେବଳ ଏକ ସଂଖ୍ୟା। ଏହାକୁ ସତ କରି ଦେଖାଇଛନ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧ। ୮୦ ବର୍ଷ ବୟସରେ ୮୦ ଦାମୀ ପୋର୍ଶ କାରର ମାଲିକ । ବୟସ ବଢ଼ିଚାଲିବା ସଂଗେସଂଗେ ବୃଦ୍ଧଙ୍କ ଲକ୍ଜରି କାର କ୍ରୟ କରିବାର ନିଶା ବି ବଢ଼ିଚାଲିଛି। ବୟସ ଯେତିକି କାର ସଂଖ୍ୟା ବି ସେତିକି।

{"id":381907,"sizeSlug":"large","linkDestination":"none"}

ଭିଏନାର ନାଗରିକ ୮୦ ବର୍ଷୀୟ ଓଟୋକାର। ବୟସ ୮୦ ଧରିଲାଣି କିନ୍ତୁ ପାଖରେ ପୋର୍ଶ କାର ସଂଖ୍ୟା ୮୦। ଷ୍ଟାଇଲ୍‌ ବି ଜବରଦସ୍ତ। ଜଣେ ଲୋକ ଗୋଟିଏ କାର କିଣିବାକୁ ନିଜ ଜୀବନ ଲଗାଇଦେଉଥିବା ବେଳେ ଓଟୋକାର କିନ୍ତୁ ନିଜ ସ୍ବପ୍ନ ପୁରା କରିବା ସହ ବୟସ କେବଳ ଏକ ସଂଖ୍ୟା ବୋଲି ପ୍ରମାଣ କରି ଦେଖାଇଛନ୍ତି।

{"id":381908,"width":580,"height":338,"sizeSlug":"large","linkDestination":"none"}

ଓଟୋକାର ଏବେ ବି ଜଣେ ଯୁବକଙ୍କ ଭଳି ଜବରଦସ୍ତ ଷ୍ଟାଇଲ୍‌ରେ କାର ଚଳାଇବାକୁ ପସନ୍ଦ କରୁଛନ୍ତି। ହାତରେ ସିଗାର ଆଉ ମୁଣ୍ଡରେ ଟୋପି ସହ ମଡର୍ଣ୍ଣ ପୋଷାକରେ ପୋର୍ଶ କାରର ସ୍ପିଡ୍‌ ଓଟୋକାରଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ଦର୍ଶାଉଛି।

{"id":381909,"sizeSlug":"large","linkDestination":"none"}

ତେବେ ପୋର୍ଶ କାର ପାଇଁ ତାଙ୍କର ନିଶା ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଯେତେବେଳେ ଏମିତି ଏକ କାର ତାଙ୍କ ଘର ପଛପଟେ ଯାଉଥିବାର ଦେଖିଥିଲେ ସେବେ ଠାରୁ ସେ ପୋର୍ଶ କାର କିଣିବାକୁ ମନସ୍ଥ କରିଥିଲେ ବୋଲି କୁହନ୍ତି ଓଟୋକାର। ତାପରେ ଟଙ୍କା ସଂଚୟ କରି ପ୍ରଥମେ ସ୍ପିଡ୍‌ ୟେଲୋ ୯୧୧ ହିଁ କିଣିଥିଲେ। ଏବେ ଓଟୋକାରଙ୍କ ପାଖରେ ୮୦ ପ୍ରକାର ପୋର୍ଶ କାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.