ନୂଆଦିଲ୍ଲୀ ୧୮।୧୨: ପର୍ଣ୍ଣ ୱେବସାଇଟ୍ ପର୍ଣ୍ଣ ହବ୍ ଏକ୍ସଟର୍ଣ୍ଣାଲ ପଲିସି ଲିଙ୍କ ଉଲ୍ଲଂଘନ କରିଛି। ଏହି ନୀତି ୟୁଜରଙ୍କୁ ଏପରି କଣ୍ଟେଣ୍ଟ ସବୁ ଅପଲୋଡ କରିବାକୁ ବାଧା ଦିଏ ଯାହାକୁ ୟୁଟ୍ୟୁବ୍ ରେ ଅନୁମତି ନାହିଁ, ଯେପରିକି ପର୍ଣ୍ଣଗ୍ରାଫି। ଏ ନେଇ ୟୁଟ୍ୟୁବ୍ ଅନେକ କମ୍ୟୁନିଟି ଗାଇଡଲାଇନ ପରେ ପର୍ଣ୍ଣ ହବକୁ ନିଜ ଚାନେଲରୁ ହଟାଇ ଦେଇଛନ୍ତି। ‘ଦି ଭେରାଇଟି’ ଅନୁସାରେ ପର୍ଣ୍ଣ ହବର ୟୁଟ୍ୟୁବ ଚାନେଲ ଏବେ ଡିଲିଟ ହୋଇଯାଇଛି।
ୟୁଟ୍ୟୁବ୍ରେ ପର୍ଣ୍ଣ ହବର ପାଖାପାଖି ୯ ଲକ୍ଷ ସବସ୍କ୍ରାଇବର ଥିଲେ। ତେବେ ୟୁଟ୍ୟୁବରୁ ହଟିବା ପୂର୍ବରୁ ଆକାଉଣ୍ଟରେ କେବଳ କାମ ଚଳାଇବା ଲାଗି ସୁରକ୍ଷିତ କଣ୍ଟେଣ୍ଟର ପ୍ରସାର କରାଯାଉଥିଲା। ତେବେ ପର୍ଣ୍ଣ ହବ ୟୁଟ୍ୟୁବରେ ପୋଷ୍ଟ କରାଯାଉଥିବା ଭିଡିଓ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଦର୍ଶକଙ୍କ ଆୟୁ ୧୮ ବର୍ଷ ବା ତତୋଧିକ ମଧ୍ୟ କରିଥିଲା। ତେବେ ପର୍ଣ୍ଣଗ୍ରାଫି ସାଇଟ୍ କୌଣସି ଅଡଲ୍ଟ କଣ୍ଟେଣ୍ଟ ପୋଷ୍ଟ କରିଥିବାର ଅଭିଯୋଗକୁ ଅସ୍ୱୀକାର କରିଛି।
ତେବେ ୟୁଟ୍ୟୁବ୍ ଏକମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ ଯିଏ ପ୍ରଥମ ଥର ପର୍ଣ୍ଣ ହବର ଚାନେଲ ଡିଲିଟ କରିଛି।ଏହା ପୂର୍ବରୁ ଇଂଷ୍ଟାଗ୍ରାମ ମଧ୍ୟ ପର୍ଣ୍ଣ ହବକୁ ସ୍ଥାୟୀ ରୂପେ ପ୍ରତିବନ୍ଧିତ କରିଦେଇଥିଲା। ମେଟା ମାଲିକାନାଧୀନ ଫଟୋ ସେୟାରିଂ ଆପ୍ ଇଂଷ୍ଟାଗ୍ରାମ ନଗ୍ନତା, ଏଡଲ୍ଟ କଣ୍ଟେଣ୍ଟ ସମ୍ପର୍କିତ ଗାଇଡଲାଇନ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଥିଲା। ଏଣୁ ଇଂଷ୍ଟାଗ୍ରାମ ମୁଖପାତ୍ର ବାରମ୍ବାର ଆମ ନୀତିମାନଙ୍କର ଉଲ୍ଲଂଘନ ଲାଗି ପର୍ଣ୍ଣର ହବର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସ୍ଥାୟୀ ରୂପେ ପ୍ରତିବନ୍ଧିତ କରିଦେଇଛୁ ବୋଲି କହିଛନ୍ତି। ଏଥିଲାଗି ପର୍ଣ୍ଣ ହବ ଇଂଷ୍ଟା ଉପରେ ପକ୍ଷପାତ ଅଭିଯୋଗ କରିଥିଲା ଓ ଏକ ଖୋଲା ପତ୍ରରେ ମଞ୍ଚକୁ ଆମ ଆକାଉଣ୍ଟ କାହିଁକି ବାରମ୍ବାର ବନ୍ଦ ହେଉଛି ସେ ନେଇ ସ୍ପଷ୍ଟିକରଣ ମଧ୍ୟ ମାଗିଥିଲା।