ହତ୍ୟା ପରେ ସାଙ୍ଗକୁ କଲା ଦୁଷ୍କର୍ମ, ଖଣ୍ଡ-ଖଣ୍ଡ କରି ମାଂସ ବି ଖାଇଲା; ୪୧ ବର୍ଷ ପରେ ପୁଣି ଚର୍ଚ୍ଚାରେ ଜାପାନର ନର ଭକ୍ଷକ

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: ମଣିଷ ମାଂସକୁ ମଣିଷ ଖାଇବାର ଅନେକ ଘଟଣା ନଜରି ରହିଛି । କିନ୍ତୁ ଆଜିଠାରୁ ୪୧ ବର୍ଷ ପୂର୍ବେ ଏହା ସାମାନ୍ୟ ଘଟଣା ନଥିଲା । ଜାପାନ ଇତିହାସରେ ଦ କୋବେ ନର ଭକ୍ଷକ ନାଁରେ କୁଖ୍ୟାତ ଇସେସ୍ଇ ସଗାଭା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ହତ୍ୟାକାରୀର କାରନାମା ସାରା ଦେଶରେ ଆତଙ୍କ ଖେଳାଇଥିଲା । ନିଜ ଡଚ୍ ଷ୍ଟଡି ପାର୍ଟନରକୁ ରୁମକୁ ଡାକି ହତ୍ୟା କରିବା ପରେ ମୃତ ଶରୀର ସହ ଦୁଷ୍କର୍ମ କରିଥିଲା । ଏହାପରେ ଖଣ୍ଡ ଖଣ୍ଡ କରି ଅନେକ ଦିନ ଯାଏଁ ମାଂସ ଖାଇଥିଲା । ଗୋଡ ଏବଂ ଶରୀରର ଅଧିକାଂଶ ଅଂଶକୁ ସେ ଖାଇ ସାରିଥିଲା ।

ଜାପାନାରେ ଦ କୋବେ ନର ଭକ୍ଷକ ନାଁରେ କୁଖ୍ୟାତ ସଗାଭାର ମୃତ୍ୟୁ ନଭେମ୍ୱର ୨୪ରେ ହୋଇଛି । ଅନ୍ତିମ ସତ୍କାରରେ କେବଳ ତାର କିଛି ସମ୍ପର୍କୀୟ ହିଁ ସାମିଲ ହୋଇଥିଲେ ।

୧୯୮୧ ମସିହାରେ ସଗାଭା ଏବଂ ଏହାର ଡଚ୍ ସାଙ୍ଗ ରେନୀ ହାର୍ଟବେଲ୍ଟ ଷ୍ଟଡି ପାର୍ଟନର ଥିଲେ । ଦିନେ ରାତିରେ ରେନୀଙ୍କୁ ନିଜ ରୁମକୁ ଡାକିଥିଲା । ରାତି ଭୋଜନ ପରେ ସଗାଭା ଭିତରେ ଥିବା ନର ରାକ୍ଷସ ବାହାରକୁ ଆସିଥିଲା ଏବଂ ରେନୀଙ୍କ ବେକକୁ ଗୁଳି କରି ହତ୍ୟା କରିଥିଲା । ମୃତ୍ୟୁ ପରେ ଶବ ସହ ଦୁଷ୍କର୍ମ କରିଥିଲା । ପର ଅନେକ ଦିନ ଯାଏଁ ରେନୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଖାଇଥିଲା । ତେବେ ମନ ଭରିବା ପରେ ସଗାଭା ବଳକା ଥିବା ଅଂଶକୁ ଗୋଟିଏ ହ୍ରଦରେ ପକାଇ ଦେଇଥିଲା । ଏହାପରେ ପୋଲିସ ହାତରେ ଧରା ପଡିଥିଲା ଏବଂ ମାମଲାର ଖୁସାଲା ହୋଇଥିଲା । ପଚରାଉଚରାରେ ସଗାଭା ଅନେକ ଆଶ୍ଚର୍ଯ୍ୟକର ଖୁଲାସା କରିଥିଲା । ପୋଲିସକୁ କହିଥିଲା ଯେ ହାର୍ଟବେଲ୍ଟଙ୍କ ସୁନ୍ଦରତା ଏବଂ ଭଲ ଗୁଣକୁ ସହି ନପାରି ହତ୍ୟା କରିଥିଲା । ହତ୍ୟା ପରେ ସେ ମଣିଷ ମାଂସ ଚାଖିବାକୁ ଚାହିଁଥିଲା, ଯାହା ବେଶ ପସନ୍ଦ ଆସିଥିଲା ବୋଲି କହିଥିଲା ।

ଇସସ୍ଇ ସଗାଭାକୁ କିଛି ବର୍ଷ ଜେଲରେ କରି ରଖାଯାଇଥିଲା ଏବଂ ପରେ ମାନସିକ ସୁଧାରଗୃହରେ ରଖାଯାଇଥିଲା । ସେଠାରେ ତାର ମେଡିକାଲ କାଉନସିଲିଂ କରାଯାଇଥିଲା । ୧୯୮୬ ଅଗଷ୍ଟ ୧୨ରେ ମୁକ୍ତ କରାଯାଇଥିଲା । ତେବେ ଏହି ହତ୍ୟା ମାମଲାରେ ଇସସ୍ଇକୁ କେବେ ବି ଆଇନ ଅନୁସାରେ ବନ୍ଦୀ କରାଯାଇ ନଥିଲା । ମୃତ୍ୟୁ ପୂର୍ବରୁ ସେ ଟୋକିଓରେ ରହୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.