ହିପ୍ ହପ୍ ମ୍ୟୁଜିକରେ ଘରେ ବସି ନେଇପାରିବେ ଡିଜେର ମଜା : ପୁଣି ଆରମ୍ଭ ହେଲା ଲୋକପ୍ରିୟ ଗେମ୍ 'ଗୁଗଲ୍ ଡୁଡଲ୍'

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭/୦୫ : ଘରେ ବସି ଆପଣ ହିପ୍ ହପ୍ ମ୍ୟୁଜିକର ମଜା ନେଇପାରିବେ | କେବଳ ଗୋଟିଏ କ୍ଲିକରେ ଘରେ ଡିଜେ ସାଉଣ୍ଡ୍ ଲଗାଇ ନେଇପାରିବେ ଲକଡାଉନର ପୁରା ମଜା | ହିପ୍ ହପ୍ ମ୍ୟୁଜିକ୍ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଗୁଗଲ ତରଫରୁ ଆଜି ଏକ ସରପ୍ରାଇଜ୍ ଦିଆଯାଇଛି | ଗୁଗଲ ୨୦୧୭ ମସିହାର ଲୋକପ୍ରିୟ ଗେମ୍ ପୁଣିଥରେ ଆରମ୍ଭ କରିଛି | ଏହି ଗେମରେ ଆପଣ ନିଜର ମନପସନ୍ଦ ଗୀତକୁ ଅନ୍ୟ ଗୀତ ସହ ମିକ୍ସ କରିପାରିବେ | ଏହି ଗୁଗଲ୍ ଡୁଡଲ୍ ର ଗେମ ଆପଣଙ୍କୁ ନାଚିବା ପାଇଁ ବାଧ୍ୟ କରିଦେବ |

{"id":266038,"width":578,"height":383,"sizeSlug":"large"}

ଗୁଗଲ୍ ଡୁଡଲ୍ ଗେମ୍ ୨୦୧୭ ମସିହା ଅଗଷ୍ଟ ମାସ ୧୧ ତାରିଖରେ ପ୍ରଥମେ ଲଞ୍ଚ ହୋଇଥିଲା | ଅଗଷ୍ଟ ୧୧ ତାରିଖରେ ଏହି ଗେମର ୪୪ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ଲଞ୍ଚ କରାଯାଇଥିଲା | ଗୁଗଲ୍ ଡୁଡଲର ହିପ୍ ହପ୍ କଷ୍ଟମ୍ ଲୋଗୋ ଗ୍ରାଫିଟି ଆର୍ଟିଷ୍ଟ Cey Adams ଡିଜାଇନ୍ କରିଥିଲେ | ଏହି ଗେମ୍ ଖେଳିବା ପାଇଁ ଖେଳାଳିଙ୍କୁ ବିଟକୁ ଇଣ୍ଟରାକ୍ଟିଭ ଟ୍ୟୁନ୍ସ ସହ କ୍ରସଫେଡର ସାହାଯ୍ୟରେ ମିକ୍ସ କରିବାକୁ ପଡିଥାଏ | ଖେଳାଳି ନିଜ ମାଉସ ସାହାଯ୍ୟରେ କ୍ରସଫ୍ରେଡର ବ୍ୟବହାର କରିପାରିବେ |

{"id":266039,"sizeSlug":"large"}

ଖେଳ ଆରମ୍ଭ ହେବା ପୂର୍ବରୁ ଏକ ଏନିମେଟେଡ ସର୍ଟ ଫିଲ୍ମ ଆରମ୍ଭ ହୋଇଥାଏ | ଏହି ସର୍ଟ ଫିଲ୍ମରେ ହିପ୍ ହପ୍ ଆଇକନ୍ ଫେଵ୍ ୫ ଫ୍ରେଡି ଭଏସ୍ ଓଭର ଦେଇଛନ୍ତି | ନିଜ ପେଜରେ ଗୁଗଲ୍ ଡୁଡଲ୍ ଜମାଇକା-ଆମେରିକୀୟ ଡିଜେ କୁଲ୍ ହର୍କଙ୍କ କାହାଣୀ ମଧ୍ୟ କହିଛନ୍ତି | ହିପ୍ ହପ୍ ମ୍ୟୁଜିକର ଆରମ୍ଭ ନେଇ କୁଲ୍ ହର୍କ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ହିପ୍ ହପ୍ ର ଜନ୍ମ ୧୯୭୩ ମସିହା ଅଗଷ୍ଟ ୧୧ ତାରିଖରେ ହୋଇଥିଲା | ଯେତେବେଳେ ୧୮ ବର୍ଷ ବୟସରେ ଜମାଇକା-ଆମେରିକୀୟ ଡିଜେ କୁଲ୍ ହର୍କ ହିପହପ ମ୍ୟୁଜିକ୍ ଆରମ୍ଭ କରିଥିଲେ |

{"id":266040,"sizeSlug":"large"}

ଏହି ଗେମକୁ ଅନଲକ କରିବା ପାଇଁ ୧୦ଟି ଲେଭଲ୍ ରହିଛି | ପ୍ରତ୍ୟେକ ଲେଭଲ୍ ଅଲଗା ଅଲଗା ହିପ୍ ହପ୍ ଲିଜେଂଡ୍ ସମ୍ପର୍କରେ ସୁଚାଇଥାଏ | ଗେମ ଖେଳିବା ପାଇଁ ୟୁଜର୍ସଙ୍କୁ ଦୁଇଟି ରେକର୍ଡ ଚୟନ କରିବାକୁ ହେବ ଏବଂ ଟର୍ଣ୍ଣଟେବୁଲକୁ ନେବାକୁ ହେବ | ଏହାପରେ ୟୁଜର୍ସ ନିଜର ମ୍ୟୁଜିକ୍ ରେକର୍ଡ କରିପାରିବେ |

{"id":266041,"sizeSlug":"large"}

ହିପ୍ ହପ୍ ଗେମ୍ ଗତ ସପ୍ତାହରେ ଗୁଗଲ୍ ଦ୍ୱାରା ଲଞ୍ଚ ହୋଇଥିବା ସିରିଜ୍ ଗେମ ଅନ୍ତର୍ଭୁକ୍ତ | ଯେପରିକି ଲୋକେ ଗୁଗଲ୍ ଡୁଡଲ୍ ଥ୍ରୋବେକ୍ ଗେମ୍ ନିଜ ଘରେ ବସି ଖେଳିପାରିବେ ଏବଂ ବୋର ହେବେ ନାହିଁ | ଗେମ୍ ଲଞ୍ଚ୍ କରିବାର ମୂଳ ଲକ୍ଷ୍ୟ ହେଲା, ଲକଡାଉନ ଯୋଗୁଁ ଲୋକେ ଘରେ ବସି ବୋର ହେଉଥିବାରୁ ତାଙ୍କ ମନ ପ୍ରଫୁଲ୍ଲ ରଖିବା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.