scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୋକପ୍ରିୟ ଫର୍ଣ୍ଣିଚର କମ୍ପାନି ପେପରଫ୍ରାଇର ସହ-ପ୍ରତିଷ୍ଠାତାଙ୍କ ପରଲୋକ, ୫୧ ବର୍ଷ ବୟସରେ ଲେହରେ ମୃତ୍ୟୁ

8/08/2023 at 5:29 PM

ନୂଆଦିଲ୍ଲୀ, ୦୮/୦୮: ଲୋକପ୍ରିୟ ଅନଲାଇନ୍‌ ଫର୍ଣ୍ଣିଚର କମ୍ପାନି ପେପରଫ୍ରାଇର ସହ-ପ୍ରତିଷ୍ଠାତା ଅମ୍ବରୀଶ ମୂର୍ତ୍ତିଙ୍କ ପରଲୋକ। ଲେହରେ, ହାର୍ଟ ଆଟାକ୍‌ ଯୋଗୁଁ ୫୧ ବର୍ଷୀୟ ଅମ୍ବରୀଶ ମୂର୍ତ୍ତିଙ୍କ ମୃତ୍ୟୁ ହୋଇଛି। ପେପରଫ୍ରାଇର Pepperfry ଅନ୍ୟ ସହ ପ୍ରତିଷ୍ଠାତା ଆଶୀଷ ସିଂହ ଏକ ଟ୍ବିଟ୍‌ କରି ଏହି ଦୁଃଖଦ ଘଟଣାର ସୂଚନା ଦେଇଛନ୍ତି । ଏହା ସହ ଏକ ଭାବବିହ୍ବଳ ପୂର୍ଣ୍ଣ ପୋଷ୍ଟ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଅମ୍ବରୀଶ ମୂର୍ତ୍ତିଙ୍କ ମୃତ୍ୟୁ ଖବର ପରେ ଟ୍ବିଟରରେ ତାଙ୍କୁ ଅନେକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସୂଚନାଥାଉକି, ଅମ୍ବରୀଶ ମୂର୍ତ୍ତି ଏକ ଦକ୍ଷ ବାଇକର ମଧ୍ୟ ଥିଲେ। । ମୁମ୍ବାଇରୁ ଲେହ ବାଇକ୍‌ ଦ୍ବାରା ଯାଇଥିଲେ। ଆଉ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ଏଭଳି ଥିଲା ବ୍ୟବସାୟିକ କ୍ୟାରିୟର:

ଅମ୍ବରୀଶ ମୂର୍ତ୍ତି ୧୯୯୬ରେ କ୍ୟାଡବରୀର ସେଲ୍ସ ଏବଂ ମାର୍କେଟିଙ୍ଗ୍‌ ପ୍ରୋଫେସନାଲ ଭାବରେ ବ୍ୟବସାୟ ଜଗତରେ ଏଣ୍ଟ୍ରି କରିଥିଲେ। ପ୍ରସିଦ୍ଧ ଚକଲେଟ୍ ନିର୍ମାତା କମ୍ପାନିରେ ଅମ୍ବରୀଶ ପ୍ରାୟ ସାଢ଼େ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଏହାପରେ ସେ ଆଇସିଆଇସିଆଇ ପ୍ରୁଡେନ୍ସିଆଲରେ ଯୋଗଦେଇଥିଲେ ଏବଂ ପ୍ରାୟ ୨ ବର୍ଷ ଧରି କାମ କରିଥିଲେ।

ଆହୁରି ପଢ଼ନ୍ତୁ: Videocon-ICICI Bank: ୧୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ସିବିଆଇ, ହେଲା ଅନେକ ଖୁଲାସା

ଏହାପରେ Levisରେ ପାଞ୍ଚ ମାସ ଧରି କାମ କରିଥିଲେ। ଆଉ ଏହି ସମୟରେ ସେ ନିଜର ଷ୍ଟାର୍ଟ ଅପ୍‌ ‘ଓରିଜିନ୍ ରିସୋର୍ସେଜ୍’ ଆରମ୍ଭ କରିଥିଲେ। ଏହି ଷ୍ଟାର୍ଟ ଅପ୍‌ ଭାରତୀୟ ମ୍ୟୁଚ୍ୟୁଆଲ ଫଣ୍ଡ୍‌ କମ୍ପାନିଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ହୋଇଥିଲା । କିନ୍ତୁ ୨୦୦୫ରୁ ସେ ଏହାକୁ ବନ୍ଦ କରିଦେଇଥିଲେ ଏବଂ ବ୍ରିଟାନିଆରେ ମାର୍କେଟିଂ ମ୍ୟାନେଜର ଭାବରେ ଯୋଗଦେଇଥିଲେ। ଏହାର ସାତ ମାସ ପରେ ସେ ଇବେରେ ଯୋଗ ଦେଇଥିଲେ। ଆଉ ଏହାର ଛଅ ବର୍ଷରେ ମୂର୍ତ୍ତି ଆଶିଷ ଶାହାଙ୍କ ସହ ୨୦୧୧ରେ ପେପରଫ୍ରାଇ କମ୍ପାନି ଆରମ୍ଭ କରିଥିଲେ।

   Related Posts