ଲୋକପ୍ରିୟ ବଡିବିଲ୍ଡର ଗଷ୍ଟାଭୋଙ୍କ ପରଲୋକ, ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ
14/07/2023 at 7:12 PM

ନୂଆଦିଲ୍ଲୀ, ୧୪/୦୭: ଲୋକପ୍ରିୟ ବଡିବିଲ୍ଡର ଗଷ୍ଟାଭୋ ବଡେଲଙ୍କ ଦେହାନ୍ତ । ଭେନେଜୁଏଲାର ଏହି ଲୋକପ୍ରିୟ ବଡିବିଲ୍ଡର, ଗୁରୁବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ହୋଇଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଘୋଷଣା କରାଯାଇନଥିବାବେଳେ, କିଡନୀଜନିତ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି।
ଏଡି ଆବ୍ୟି ଅଲମ୍ପିଆନ ଜିମ୍ର ମାଲିକ ତଥା ସିଇଓ ତାଙ୍କର କିଛି ଫଟୋ ସେୟାର କରି ମୃତ୍ୟୁ ନେଇ ସ୍ପଷ୍ଟ କରିବା ସହ ତାଙ୍କର ଅକାଳ ବିୟୋଗକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ତାଙ୍କ ପରିବାର ଏବଂ ପରିଜନଙ୍କୁ ସମବେଦନା ଜଣାଇଛନ୍ତି। ବଡେଲ ଅନେକ ବଡିବିଲ୍ଡିଂରେ ଭାଗ ନେଇଥିଲେ ଜିତିଥିଲେ।
ଆହୁରି ପଢ଼ନ୍ତୁ: ICCର ଐତିହାସିକ ଘୋଷଣା: ଉଭୟ ପୁରୁଷ ଓ ମହିଳା କ୍ରିକେଟର୍ଙ୍କୁ ମିଳିବ ସମାନ ପୁରସ୍କାର
୧୯୭୨ ନଭେମ୍ବର ୩ରେ ଜନ୍ମଗ୍ରହଣ କରିଥିବା ବଡେଲ ଖୁବ୍ କମ୍ ବୟସରୁ ବଡିବିଲ୍ଡିଂରେ ରୁଚି ଦେଖାଇଥିଲେ। ମାତ୍ର ୧୯ ବର୍ଷ ବୟସରେ ସେ ପ୍ରତିଯୋଗିତା କରିବା ପାଇଁ ପୂରା ପ୍ରସ୍ତୁତ ହୋଇଥିଲେ। ୧୯୯୧ ସେ ଜୁନିୟର କାରିବିଆନ ବଡିବିଲ୍ଡିଂ ଚାମ୍ପିୟନସିପ୍ରେ ପ୍ରଥମଥର ଭାଗ ନେଇଥିଲେ। ଏହା ପରେ ୧୯୯୭ରେ କାରିବିଆନ ଚାମ୍ପିୟନସିପ୍ ଜିତିବା ସହ ସେ ଆଇଏଫବିବି ଆମାଟ୍ୟୁର ଓ୍ବାର୍ଲ୍ଡ ଚାମ୍ପିୟନସିପ୍ ପାଇଁ ଯୋଗ୍ୟ ହୋଇଥିଲେ। ଆଉ ଏହା ପରେ ସେ ଭିନ୍ନ ଭିନ୍ନ ଇଭେଣ୍ଟରେ ଭାଗ ନେଇ ଜିତିଥିଲେ।
୨୦୦୫ରେ ଇଣ୍ଟରନାସନାଲ ଫେଡେରେସନ ଅଫ୍ ବଡିବିଲ୍ଡର୍ସ ନାଇଟ୍ ଅଫ୍ ଚାମ୍ପିୟନସରେ ୧୪ ରାଙ୍କ୍ ଏବଂ ଆଇରନମ୍ୟାନ୍ ପ୍ରୋ ଇନଭିଟେସନାଲରେ ପ୍ରଥମ ହୋଇଥିଲେ। ସେ ସାନ୍ ଫ୍ରାନ୍ସିସ୍କୋ ପ୍ରୋ ଇନ୍ଭିଟେସନାଲ ମଧ୍ୟ ଭାଗ ନେଇଥିଲେ ଏହାର ଏକ ବର୍ଷ ପରେ ଆଉ ଜିତିଥିଲେ ମଧ୍ୟ। ବଡେଲ ୨୦୦୯ରେ ଆଟଲାଣ୍ଟିକ୍ ସିଟି ପ୍ରୋ ମଧ୍ୟ ଜିତିଥିଲେ। ଏହାପରେ ସେ ଅବସର ଘୋଷଣା କରିଥିଲେ କିନ୍ତୁ ଏହା ପରେ ବି ସେ ନିଜକୁ ଫିଟ୍ ରଖିଥିଲେ। ବଡେଲ ଇନଷ୍ଟାଗ୍ରାମରେ ମଧ୍ୟ ବେଶ୍ ଆକ୍ଟିଭ ରହୁଥିଲେ।
ଆହୁରି ପଢ଼ନ୍ତୁ: MCCର ନୂଆ ଯୋଜନା, ୨୦୨୭ ବିଶ୍ୱକପ୍ ପରେ ଖେଳାଯିବନି ୫୦ ଓଭର ODI ?