ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ମହାବାହୁଙ୍କୁ ଦର୍ଶନ କଲେ ଅଭିନେତା ଅରୁଣ ଗୋଭିଲ୍‌; ରବିବାର “ଶୁନୋ ଶ୍ରୀରାମ କାହାଣୀ” କରିବେ ଶୁଭାରମ୍ଭ

4/02/2023 at 10:15 PM

ପୁରୀ ୦୪/୦୨: ଶ୍ରୀମନ୍ଦିର ଯାଇ ମହାବାହୁଙ୍କୁ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ। ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ  ମା  ବିମଳା ଓ ଲକ୍ଷ୍ମୀଙ୍କ ଦର୍ଶନ କରି ଭାବ ବିହ୍ୱଳ ହୋଇଛନ୍ତି। ପ୍ରତି ଘରେ ଯୁବପିଢି ଶ୍ରୀରାମଙ୍କ ଗୁଣ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପିତାମାତା ଗୁରୁଜନଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

ସେହିପରି ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି। ରାମମନ୍ଦିର ବହୁତ ପୂର୍ବରୁ ହେବାର ଥିବା କଥା ମଧ୍ୟ ସେ ପ୍ରତିକ୍ରିୟାରେ ଦେଇଛନ୍ତି। ଖବର ଅନୁସାରେ ଦୂରଦର୍ଶନରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମ ଚରିତ୍ରରେ ଅଭିନେତା ଅରୁଣ ଗୋଭିଲ ଅଭିନୟ କରି ସମସ୍ତଙ୍କ ପ୍ରିୟ ସାଜିଥିଲେ। ଆସନ୍ତାକାଲି ଓଡିଶାରେ “ସୁନୋ ଶ୍ରୀରାମ କାହାଣୀ” ବା “ଶୁଣ ଶ୍ରୀରାମ କାହାଣୀ” କାର୍ଯ୍ୟକ୍ରମର ସେ ଶୁଭାରମ୍ଭ କରିବେ। ତାଙ୍କ ସହିତ ପ୍ରାୟ ଚଉଦରୁ ଅଧିକ ନାମୀ ଦାମୀ କଳାକାର ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏଥିରେ ରାମାୟଣର ବିଭିନ୍ନ କଥାବସ୍ତୁ ଅଭିନୟ, ସଂଗୀତ ଓ ଚରିତ୍ର ଚିତ୍ରଣ ମାଧ୍ୟମରେ ପ୍ରଦର୍ଶନ କରାଯିବ ବୋଲି ଜଣାପଡ଼ିଛି।  

   Related Posts