ଭିଡରେ ପୋପ୍‌ଙ୍କ ହାତ ଭିଡି ଧରିଲେ ମହିଳା, ଭିଡିଓ ଏବେ viral

Published By : Prameya-News7 Bureau | January 01, 2020 IST

ଭଟିକାନ:  ନବବର୍ଷ ପୂର୍ବ ସନ୍ଧ୍ୟାରେ ଭଟିକାନସିଟି ସେଣ୍ଟ ପିଟର୍ସ ସ୍କୋୟାରର ଏକ ଘଟଣାରେ ପୋପ ଫ୍ରାନସିସ୍-୧ ନିଜ ହାତ ଛଡେଇବାକୁ ଜଣେ ମହିଳାଙ୍କ ହାତକୁ ବାଡେଇ ଦେଇଥିଲେ। ତେବେ ତାଙ୍କର ଏହି ଆଚରଣ ଲାଗି ପୋପ୍ ବୁଧବାର କ୍ଷମାଯାଚନା କରିଛନ୍ତି। ଘଟଣାରେ ଏତେ ଶୀଘ୍ର ଧୈର୍ଯ୍ୟହରା ହୋଇପଡିବା ଯୋଗୁ ପୋପ୍ କ୍ଷମା ନିବେଦନ କରିଥିବା ବେଳେ ଗତ ସନ୍ଧ୍ୟାର ଭିଡିଓ କିନ୍ତୁ ଭାଇରାଲ ହେବାରେ ଲାଗିଛି।

wp:html /wp:html

ନବବର୍ଷ ପୂର୍ବ ସନ୍ଧ୍ୟାରେ ପୋପ ସାର୍ବଜନୀନ ପ୍ରାର୍ଥନାପରେ ସେଣ୍ଟ ପିଟର୍ସ ସ୍କୋୟାରରେ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଉଥିଲେ। ସେ ସେଠାରେ ଉପସ୍ଥିତ ମହିଳା, ଶିଶୁ ଓ ଲୋକଙ୍କୁ ହାତ ଧରି ଅଭିନନ୍ଦନ ଜଣାଉଥିବାବେଳେ ଜଣେ ମହିଳା ତାଙ୍କ ହାତକୁ ଜାବୁଡି ଧରି ନିଜ ଆଡକୁ ଭିଡିବାରେ ଲାଗିଥିଲେ। ମହିଳାଙ୍କ ହାତରୁ ପୋପ୍ ତାଙ୍କର ହାତ ଛଡାଇବାକୁ ଚେଷ୍ଟା କରିଥିଲେ ହେଁ ଛଡାଇପାରିନଥିଲେ। ଏହି ଘଟଣା ସେତେବେଳେ କେହି ତାଙ୍କ କ୍ୟାମେରାରେ ସୁଟିଂ କରିଦେଇଥିଲା। ତେବେ ସେମାନଙ୍କ କଥା କିନ୍ତୁ ଏଥିରେ ରେକର୍ଡ ହୋଇନାହିଁ। ତେବେ ପୋପ ମହିଳାଙ୍କ ହାତରୁ ନିଜ ହାତ ଖସାଇବାକୁ ତାଙ୍କ ହାତକୁ ବାଡଉଥିବା ଦେଖାଯାଇଥିଲା। ହୁଏତ ଏଥିଲାଗି ମହିଳାଙ୍କୁ ଆଘାତ ହୋଇଥାଇପାରେ ବୋଲି ପୋପ୍ ଆଶଙ୍କା କରିବା ସହ ନିଜେ କାହିଁକି ଏତେଶୀଘ୍ର ଧୈର୍ଯ୍ୟ ହରାଇଲେ ସେଥିଲାଗି ବ୍ୟଥିତ ହୋଇଛନ୍ତି।

{"id":205541,"width":577,"height":410,"sizeSlug":"large"}

ଏଥିଲାଗି ସେ ସ୍ୱତନ୍ତ୍ର କ୍ଷମାଯାଚନା ମଧ୍ୟ କରିଛନ୍ତି ଗତକାଲି ମୋ ଦ୍ୱାରା ଯେଉଁ ଖରାପ ଉଦାହରଣ ସୃଷ୍ଟି ହୋଇଛି ସେଥିଲାଗି ମୁଁ ସମସ୍ତଙ୍କୁ କ୍ଷମାଯାଚନା କରୁଛି ବୋଲି ପୋପ୍ ଏକ ବାର୍ତ୍ତାରେ କହିଛନ୍ତି। ତେବେ ପୋପ୍ ଫ୍ରାନ୍ସିସ-୧ ଙ୍କ ଲାଗି ଏଭଳି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ପୋପ୍ ଲିଫ୍ଟରେ ଅଟକି ରହିଥିଲେ। ଏଥିଲାଗି ସାପ୍ତାହିକ ସମ୍ବୋଧନ ଲାଗି ବିଳମ୍ବରେ ପହଞ୍ଚିଥିଲେ। ଏଣୁ ନିସର୍ତ୍ତ କ୍ଷମାଯାଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.