ପପ୍ ଷ୍ଟାର ଶକିରାଙ୍କୁ ଧୋକା, ଫୁଟବଲ୍ ଖେଳାଳିଙ୍କ ସହ ୧୨ ବର୍ଷର ସଂପର୍କରେ ପଡିଲା ପୂର୍ଣ୍ଣଛେଦ

Published By : Prameya-News7 Bureau | June 04, 2022 IST

ନୂଆଦିଲ୍ଲୀ; କୋଲମ୍ବିଆ ପପ୍ ଷ୍ଟାର ଗାୟିକା ଶକିରା ଏବଂ ତାଙ୍କ ପୁରୁଷ ବନ୍ଧୁ ଦିଗଜ ଫୁଟବଲ୍ ଖେଳାଳି ଜେରାର୍ଡ ପିକେଙ୍କ ମଧ୍ୟରେ ସଂପର୍କରେ ପଡିଲା ପୂର୍ଣ୍ଣଛେଦ। ଉଭୟଙ୍କ ୧୨ ବର୍ଷ ସଂପର୍କର ଅନ୍ତ ଘଟିଛି। ଶନିବାର ଉଭୟ ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି। ୪୫ ବର୍ଷୀୟ ଶକିରା ବିଶ୍ଵ ସଙ୍ଗୀତ ଜଗତରେ ଜଣେ ଚର୍ଚ୍ଚିତ ନାମ। ହିପ୍ସ ଡୋଣ୍ଟ ଲାଇ ଏବଂ ଓ୍ଵାକା ଓ୍ଵାକା ତାଙ୍କ ଚର୍ଚ୍ଚିତ ଗୀତ।

{"id":638576,"sizeSlug":"full","linkDestination":"none"}

ଉଭୟ ମିଳିତ ବୟାନରେ କହିଛନ୍ତି, ଆମକୁ ଏହା ଜଣାଇବାରେ ଦୁଃଖ ଲାଗୁଛି ଯେ ଆମେ ଅଲଗା ହେଉଛି। ଏମିତି ନିଷ୍ପତ୍ତି ନିଜ ପିଲାଙ୍କ ପାଇଁ ନେଉଥିବା ଉଭୟ କହିଛନ୍ତି। ଆମେ ଚାହୁଁଛୁ ଆମ ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ କରାଯାଉ। ଶକିରା ପିକେଙ୍କ ଉପରେ ଅନ୍ୟ କୌଣସି ମହିଳାଙ୍କ ସହ ସଂପର୍କ ରଖିବା ଏବଂ ତାଙ୍କୁ ଧୋକା ଦେବାର ଆରୋପ ଲଗାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିକେ ଅନ୍ୟ କୌଣସି ମହିଳାଙ୍କ ପ୍ରେମ ସଂପର୍କରେ ଅଛନ୍ତି। ଏହା ପରେ ଦମ୍ପତ୍ତି ଅଲଗା  ହେବାକୁ ନିଷ୍ପତ୍ତି ନେଇଥିଲେ।

{"id":638577,"sizeSlug":"full","linkDestination":"none"}

ଶକିରା ଏବଂ ପିକେ ହଲିଉଡର ସବୁଠୁ ଚର୍ଚ୍ଚିତ ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ଥିଲେ। ଦୁହେଁ ଦକ୍ଷିଣ ଆଫ୍ରିକାରେ ୨୦୧୦ ବିଶ୍ଵ କପ ପରଠୁ ସଂପର୍କରେ ଆସିଥିଲେ। ସେହି ସମୟରେ ଫୁଟବଲ ବିଶ୍ଵ କପର ଥିମ ସଙ୍ଗ ଓ୍ଵାକା ଓ୍ଵାକାରେ ଦୁହେଁ ଏକାଠି ନଜର ଆସିଥିଲେ।

{"id":638578,"sizeSlug":"full","linkDestination":"none"}

୩୫ ବର୍ଷୀୟ ପିକେ ସ୍ପେନ ବ୍ୟତୀତ ଦିଗଜ କ୍ଲବ ବାର୍ସିଲୋନାରେ ମଧ୍ୟ ଖେଳିଛନ୍ତି। ପିକେ ସ୍ପେନରୁ ଖେଳି ୨୦୧୦ ବିଶ୍ଵ କପ ଏବଂ ୨୦୧୨ ୟୁରୋପୀୟ ଚାମ୍ପିଅନଶିପ ଜିତିଥିଲେ। ଏହା ବ୍ୟତୀତ ସେ କ୍ଲବ ବାର୍ସିଲୋନା ସହିତ ତିନି ଥର ଚାମ୍ପିଅନ୍ସ ଲିଗ ଟାଇଟଲ୍ ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.