ପେଟପାଟଣା ପାଇଁ ମାର୍କେଟରେ ପିଲାଙ୍କୁ ବିକି ଦେଉଛନ୍ତି ଅଭିଭାବକ, ଭିଡ଼ିଓ ଭାଇରାଲ

Published By : Prameya-News7 Bureau | September 26, 2021 IST

କାବୁଲ ୨୬/୦୯: ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି । ମାସକ ମଧ୍ୟରେ ଆଫଗାନିସ୍ତାନର ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟବସାୟ ବନ୍ଦ ହୋଇଯାଇଛି । ଜିଡିପି ଖରାପ ସ୍ଥିତିରେ ଅଛି । ବିଦେଶୀ ସଂସ୍ଥା ଏବଂ ଆମେରିକା ଦ୍ୱାରା ଦେଶର ସମ୍ପତ୍ତି ପୂର୍ବରୁ ଫ୍ରିଜ୍ ହୋଇସାରିଛି ।

ଜାତିସଂଘ ଆଫଗାନିସ୍ତାନରେ ଅନାହାରରେ ଲୋକଙ୍କ ମୃତ୍ୟୁ ଘୋଷଣା କରିସାରିଛି । ଏଭଳି ପରିସ୍ଥିତିରେ କାବୁଲର କିଛି ବିଚ୍ ରାସ୍ତାରେ ନିଜପ ପିଲାଙ୍କର ନିଲାମୀ ବି ଡାକୁଛନ୍ତି । କିଏ ନେବ କିଏ ନେବ କହି ମାର୍କେଟରେ ଛାଡୁଛନ୍ତି ଡାକ । ଯାହାର ଘଟଣାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଆଫଗାନିସ୍ତାନ ସାମ୍ବାଦିକ ହିଜବୁଲ ଖାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି ।

wp:html /wp:html

ଆଫଗାନିସ୍ତାନର ଏହି ଦୁଃଖଦ ଦୃଶ୍ୟ ସେ ଟ୍ୱିଟ୍ କରିଛନ୍ତି । ଲୋକମାନେ ବର୍ତ୍ତମାନ ଦାରିଦ୍ର୍ୟ ହେତୁ ନିଜ ପିଲାମାନଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ଶିଶୁକୁ ନିଜ କୋଳରେ ଧରିଛନ୍ତି । ଅନ୍ୟହାତରେ ଶିଶୁଟିକୁ ହାତ ଧରିଛନ୍ତି । ତେବେ ଆଉ ଜଣେ ମହିଳା ବୁର୍ଖା ପିନ୍ଧି ବସିଥିବାର ନଜର ଆସିଛନ୍ତି । ସେ ବୋଧହୁଏ ବିକ୍ରି ହେବାକୁ ଥିବା ପିଲାର ମାଆ, ଓ ସେ ଲୋକଟିର ସ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.