ପୁଞ୍ଚ ଜିଲ୍ଲାରେ ଗ୍ରେନେଡ୍ ବିସ୍ପୋରଣ : ୨ ଯବାନ ସହିଦ

Published By : Prameya-News7 Bureau | July 18, 2022 IST

ନୂଆଦିଲ୍ଲୀ ୧୮/୦୭:  ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଅଘଟଣ । ଏକ ହ୍ୟାଣ୍ଡ ଗ୍ରେନେଡ୍ ହଠାତ ବିସ୍ଫୋରଣ ହେବାରୁ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରେ ଜଣେ ଆର୍ମି କ୍ୟାପଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ରହିଛନ୍ତି ।

ସୂଚନାନୁସାରେ,, ରବିବାର ରାତିରେ ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଏହାପରେ ହିଁ ଅଘଟଣ ଘଟିଥିଲା । ଗ୍ରେନେଡ୍ ବିସ୍ଫୋରଣ ପରେ ତୁରନ୍ତ ଆର୍ମି କ୍ୟାପଟେନ ଏବଂ ନାଇବ-ସୁବେଦାର (ଜେସିଓ) ହେଲିକପ୍ଟର ଯୋଗେ ଉଦ୍ଧାମପୁରକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଗ୍ରେନେଡ୍‌ ବିଷ୍ଫୋରଣ କେମିତି ହେଲା ସେନେଇ କୌଣସି ତଥ୍ୟ ମିଳିନାହଁ ।

ସୂଚନାଯୋଗ୍ୟ, ଗ୍ରେନେଡ୍ ବିସ୍ଫୋରଣ ପରେ  ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କାରଣ ଗତ ଦୁଇ ସପ୍ତାହ ମଧ୍ୟରେ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ୍‌ ଦେଖିବାକୁ ମିଳିଥିଲା। ତେବେ ରବିବାରର ଘଟଣା ପଛରେ କୌଣସି ପାକିସ୍ତାନୀଙ୍କ ହାତ ରହିଛି ନା ନାହିଁ ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.