ଅଭିନେତ୍ରୀ ପୁନମ୍ ପାଣ୍ଡେ ଗିରଫ, ଗୋଆ ବିଚ୍ରେ ଅଶ୍ଳୀଳ ଭିଡିଓ ସୁଟ୍ କରି ବନ୍ଧା ହେଲେ
5/11/2020 at 3:43 PM

ପାନାଜୀ ୫/୧୧: ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍ କରି ଅଡ଼ୁଆରେ ଅଭିନେତ୍ରୀ ପୁନମ ପାଣ୍ଡେ। ସରକାରୀ ସ୍ଥାନରେ ଅଶ୍ଳୀଳ ଭିଡିଓ ସୁଟ୍ କରିବା ସହ ପୋଷ୍ଟ କରିବାକୁ ନେଇ ବିବାଦ ଉପୁଜିଥିଲା। ଏପରିକି ପୁନମଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ବିବାଦ ଉଗ୍ର ରୂପ ଧାରଣ କରିବା ପରେ ଗୁରୁବାର କାନକୋନା ପୋଲିସ ପୁନମଙ୍କୁ ଗିରଫ କରିଛି। ଗୋଆର ଆଗୁଡରେ ଥିବା ଏକ ରିଜୋର୍ଟରୁ ପୁନମଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।
ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍ କରିବା ସହ ଏହାର କିଛି ଅଂଶ ନିଜ ଇନଷ୍ଟାଗ୍ରାମ ପେଜ୍ରେ ପୋଷ୍ଟ କରିଥିଲେ ଅଭିନେତ୍ରୀ ପୁନମ ପାଣ୍ଡେ। ସରକାରୀ ସ୍ଥାନରେ ଏଭଳି ଅଭଦ୍ରାମୀ ବିରୋଧରେ ବିଭିନ୍ନ ସଂଗଠନ ସହ ଲୋକେ ତାତିଥିଲେ। ଏପରିକି ତାଙ୍କୁ ସେଠାରେ ଭିଡିଓ ସୁଟ୍ ପାଇଁ ଅନୁମତି ଦେଇଥିବା ପୋଲିସ ଅଧିକାରୀ ଓ ଗୋଆ ମୁ୍ଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ଇସ୍ତଫା ଦାବି କରିଥିଲେ।
ଗୋଆ ଫରଓ୍ବାଡ୍ ପାର୍ଟିର ମହିଳା ମୋର୍ଚ୍ଚା ପୁନମଙ୍କ ନାଁରେ ଥାନାରେ ଏତଲା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ସେପଟେ ଜୋରଦାର ବିରୋଧ ପରେ ପୁନମଙ୍କୁ ଅନୁମତି ଦେଇଥିବା ଅଭିଯୋଗରେ କାନକୋନା ଥାନାର ଇନସ୍ପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ ବୁଧବାର ପୁନମ ଏବଂ ତାଙ୍କ ସ୍ବାମୀ ସାମ୍ ବମ୍ବେ ପ୍ରଥମ କରାଓ୍ବାଚୌଥ ଗୋଆରେ ମନାଇଥିଲେ। ତେବେ ଗୁରୁବାର ନିଜ ସ୍ବାମୀଙ୍କ ସହ କିଛି ମୁହୁର୍ତ୍ତର ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ପୁନମ ପାଣ୍ଡେ।