scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବକ୍ସ ଅଫିସରେ ପୂଜାର ଜଲଓ୍ଵା, କେବଳ ୨ ଦିନରେ ନିର୍ମାଣର ଅଧା ଖର୍ଚ୍ଚ ଉଠାଇ ସାରିଲାଣି ଫିଲ୍ମ

26/08/2023 at 7:15 PM

ମୁମ୍ବାଇ: ବକ୍ସ ଅଫିସରେ ପୂଜାର ଜଲଓ୍ଵା। ଗଦର-୨ ଏବଂ ଓ ମାଇ ଗଡ୍-୨ ପରି ଫିଲ୍ମ ଚାଲିଥିବା ସତ୍ତ୍ଵେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ ବକ୍ସ ଅଫିସରେ ଭଲ ଆରମ୍ଭ କରିବାରେ ସଫଳ ହୋଇଛି। ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ୧୦ କୋଟି ୬୯ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ରାଜ ଶାଣ୍ଡିଲ୍ୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୧୯ରେ ରିଲିଜ୍ ହୋଇଥିଲା। ଏହା ପରେ ଦ୍ଵିତୀୟ ପାର୍ଟକୁ ଦର୍ଶକ ଅପେକ୍ଷା କରି ରହିଥିଲେ। ଡ୍ରିମ ଗର୍ଲ ୧ କେବଳ ୨୮ କୋଟି ବଜେଟ୍‌ରେ ନିର୍ମାଣ ହୋଇଥିଲା ଏବଂ ୨୦୦ କୋଟିରୁ ଅଧିକ ଟଙ୍କାର କାରବାର କରିଥିଲା।

Also read- କିଏ କମର୍ସରେ ତ ଆଉ କିଏ ଇଂରାଜୀରେ ଗ୍ରାଜୁଏଟ୍‌, ଜାଣନ୍ତୁ କେତେ ପାଠ ପଢିଛନ୍ତି ‘ଡ୍ରିମ ଗର୍ଲ-୨’ର ଷ୍ଟାରକାଷ୍ଟ ?

ଡ୍ରିମ ଗର୍ଲ ୨ ଅଗଷ୍ଟ ୨୫ ତାରିଖ ସିନେମାଘରେ ରିଲିଜ୍ ହୋଇଛି। ଫିଲ୍ମ ୩୫ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଛି। Sacnilk ଦ୍ଵାରା ଜାରି ତଥ୍ୟ ଅନୁଯାୟୀ, ଦ୍ଵିତୀୟ ଦିନରେ ଫିଲ୍ମ ୧୨ କୋଟି ୬୯ ଲକ୍ଷ ଟଙ୍କାର କାରବାର କରିପାରେ। ଆଡଭାନ୍ସ ବୁକିଂ ଓ କ୍ରେଜକୁ ଆଧାର କରି ବିଶେଷଜ୍ଞଙ୍କ ମତରେ ଫିଲ୍ମଟି ଦ୍ଵିତୀୟ ଦିନରେ ପାଖାପାଖି ୧୨ କୋଟି ଟଙ୍କା ଆୟ କରିପାରେ। ଏହିପରି ପ୍ରଥମ ଓ୍ଵିକେଣ୍ଡ ସରିବା ପୂର୍ବରୁ ଫିଲ୍ମ ନିଜର ନିର୍ମାଣ ଖର୍ଚ୍ଚ କାଢି ସାରିଥିବ।

Dream Girl 2 movie review: Ayushmann Khurrana dives into drag with abandon,  but the film is a stretch | Movie-review News - The Indian Express
indianexpress.com

ଅନୁମାନ ଅନୁଯାୟୀ, ତୃତୀୟ ଦିନରେ ଫିଲ୍ମ ନିଜର ପୂରା ଖର୍ଚ୍ଚ ଉଠାଇ ସାରିଥିବ ଏବଂ ସୋମବାରଠୁ ଯାହା କାରବାର ହେବ ତାହା ଲାଭରେ ଯୋଡ଼ି ହୋଇ ଚାଲିବ। ଫିଲ୍ମର ପ୍ରଡକ୍ସନ ଏଥର ମଧ୍ୟ ଏକତା କପୁର କହିଛନ୍ତି। ଗତ ଥର ଫିଲ୍ମଟି ବ୍ଲକ ବଷ୍ଟର ହିଟ୍ ହୋଇଥିଲା। ଏହାପରେ ଏକତା କପୁର ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟଙ୍କୁ ଏକ ବିଳାସପୂର୍ଣ୍ଣ କାର ଉପହାର ଦେଇଥିଲେ।

Also read- ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩: ଗଙ୍ଗୁବାଇ କାଠିଆବାଡ଼ି ପାଇଁ ଆଲିଆ ଓ ଥାଲାଇବି ପାଇଁ କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

   Related Posts