ଇଡିର ଆକ୍ସନ, ନିଲମ୍ୱିତ ଆଇଏଏସ ପୂଜା ସିଙ୍ଘଲଙ୍କ ୮୨ କୋଟିରୁ ଅଧିକ ସମ୍ପତ୍ତି ବାଜ୍ୟାପ୍ତ

Published By : Prameya-News7 Bureau | December 01, 2022 IST

ରାଞ୍ଚି: ମନରେଗା ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ନିଲମ୍ୱିତ ଆଇଏସ ଅଧିକାରୀ ପୂଜା ସିଙ୍ଘଲଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାଞ୍ଚରେ ଥିବା ପୂଜା ସିଙ୍ଘଲଙ୍କ ୮୨.୭୭ କୋଟି ଟଙ୍କାର ଅଚଳ ସମ୍ପତ୍ତିକୁ ଇଡି ସ୍ଥାୟୀ ରୂପେ ବାଜ୍ୟାପ୍ତ କରିଛି । ଏହି ସମ୍ପତ୍ତି ଭିତରେ ଏକ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ, ଗୋଟିଏ ଡାୟଗ୍ନୋଷ୍ଟିକ ସେଣ୍ଟର ଏବଂ ଦୁଇଟି ଲ୍ୟାଣ୍ଡ ପାର୍ସଲ ସାମିଲ ରହିଛି । ଏହାସହ ସିଙ୍ଘଲଙ୍କ ସ୍ୱାମୀ, ତାଙ୍କ ଆକାଉଟାଣ୍ଟ ଏବଂ ଚାରି ଜୁନିୟର ଇଞ୍ଜିନିୟର ମଧ୍ୟ ଇଡିର ରଡାରରେ ରହିଛନ୍ତି ।

ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାରେ ମନରେଗା ଘୋଟାଲା ସମୟରେ ପୂଜା ସେଠାରେ ଡେପୁଟୀ କମିଶନର ଭାବେ ନିଯୁକ୍ତ କରିଥିଲେ । ଅଭିଯୋଗ ଥିଲା ଯେ ବିନା କୌଣସି କାମରେ ହିଁ ମନରେଗା ଯୋଜନା ଟଙ୍କା ସେ ବାହାର କରିଥିଲେ । ତେବେ ରାଜ୍ୟ ସରକାର ଏହି ମାମଲାରେ ତଦନ୍ତ କରିବା ପରେ ପୂଜାଙ୍କୁ କ୍ଲିନ ଚିଟ୍ ଦେଇ ଦେଇଥିଲେ । ସେହି ସମୟରେ ରାଜ୍ୟରେ ରଘୁବର ଦାସ ସରକାର ଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରେ ପୂଜା ସିଙ୍ଘଲଙ୍କ ନିକଟରୁ ଆୟଠାରୁ ବହୁ ଅଧିକ ସମ୍ପତ୍ତି ମିଳିଥିଲା । ମନରେଗା ଦୁର୍ନୀତି ମାମଲାରେ ମେ ୬ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂଜା ସିଙ୍ଘଲଙ୍କ ସହ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ କରିଥିଲେ। ମେ ୧୧ରେ ପୂଜାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମେ 25ରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.