କରୋନା ସଚେତନତା : ମୁହଁରେ ମାସ୍କ, ହାତରେ ଗ୍ଲୋବ୍ସ ପିନ୍ଧି ଫିଲ୍ମ ସୁଟିଂ ପାଇଁ ଜର୍ଜିଆ ଗଲେ ପୂଜା ହେଗଡେ

Published By : Prameya-News7 Bureau | March 14, 2020 IST

ମୁମ୍ବାଇ ୧୪/୦୩ : ସାରା ବିଶ୍ୱରେ କରୋନା ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି | କରୋନାର ପ୍ରଭାବ ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି | ବଲିଉଡ ଉପରେ କରୋନା ବିଶେଷ ପ୍ରଭାବ ପକାଇଛି | ବକ୍ସ ଅଫିସ ସମ୍ପୂର୍ଣ୍ଣ ମାନ୍ଦା ଅବସ୍ଥାରେ ଚାଲିଛି | କରୋନା ଭୟରେ ଲୋକ ଘରୁ ବାହାରୁନାହାନ୍ତି | ଯାହାଫଳରେ ରିଲିଜ ହୋଇଥିବା ଫିଲ୍ମରୁ ମଧ୍ୟ ଆୟ ହେଉନାହିଁ | ଅପରପକ୍ଷରେ ରିଲିଜ ହେବାକୁ ଥିବା ଫିଲ୍ମର ତାରିଖ ମଧ୍ୟ ଘୁଞ୍ଚେଇ ଦିଆଯାଇଛି | ଫିଲ୍ମ ରିଲିଜ ଛାଡ ବଲିଉଡ ଜଗତ ସହ ଜଡିତ ଅନେକ ଇଭେଣ୍ଟ ମଧ୍ୟ ସ୍ଥଗିତ ରଖାଯାଇଛି | ସେଲିବ୍ରିଟି ମଧ୍ୟ ନିଜ ସୁରକ୍ଷା ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର କରୁଛନ୍ତି ଏବଂ ପବ୍ଲିକ ପ୍ଲେସକୁ ଯିବାଆସିବା କରୁନାହାନ୍ତି |

wp:core-embed/instagram {"url":"https://www.instagram.com/p/B9q8XdRn8ze/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B9q8XdRn8ze/?utm_source=ig_embed
/wp:core-embed/instagram

ବଲିଉଡ ଅଭିନେତ୍ରୀ ପୂଜା ହେଗଡେ ନିକଟରେ ସଲମାନଙ୍କ ଫିଲ୍ମ 'କଭି ଇଦ କଭି ଦିୱାଲି'ରେ ସାମିଲ ହୋଇଛନ୍ତି | ପୂଜା ବହୁତ ଶୀଘ୍ର ପ୍ରଭାସଙ୍କ ଏକା ଫିଲ୍ମରେ ମଧ୍ୟ ନଜର ଆସିବେ | ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାସଙ୍କ ଏହି ଫିଲ୍ମର ଟାଇଟଲ ପ୍ରଭାସ ୨୦ ରଖାଯାଇଛି | କାରଣ ଏହା ପ୍ରଭାସଙ୍କ ୨୦ତମ ଫିଲ୍ମ | ଫିଲ୍ମର ସୁଟିଂ ପାଇଁ ପୂଜା ଜର୍ଜିଆ ଗସ୍ତରେ ଯାଇଛନ୍ତି |

{"id":238158,"sizeSlug":"large"}

ପୂଜା ନିଜ ଇନଷ୍ଟାଗ୍ରାମ ପେଜରେ ଏକା ଫଟୋ ସେୟାର କରିଛନ୍ତି | ଫଟୋରେ ସେ ମାସ୍କ ପିନ୍ଧି ବିମାନବନ୍ଦରରେ ବସିଥିବା ନଜର ଆସିଛନ୍ତି | ମାସ୍କ ସହ ସେ ହାତରେ ଗ୍ଲୋବ୍ସ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି | ଫଟୋ ସହିତ ସେ ଏକା କ୍ୟାପସନ ମଧ୍ୟ ଦେଇଛନ୍ତି | ସେ ଲେଖିଛନ୍ତି, ଫିଲ୍ମରେ ନିଜ ଅଭିନୟକୁ ନେଇ ସେ ବହୁତ ଖୁସି ଏବଂ ନିଜ ଅଭିନୟକୁ ସେ ବହୁତ ଭଲ ପାଆନ୍ତି ଯେଉଁଥିପାଇଁ ସେ ଏସବୁ କରିଛନ୍ତି | ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଫଟୋ ସେୟାର କରିବାର କିଛି ଘଣ୍ଟା ମଧ୍ୟରେ ୬ ଲକ୍ଷରୁ ଅଧିକ ପ୍ରଶଂସକ ଲାଇକ କରିଛନ୍ତି | ଏହାସହ ଲୋକେ କମେଣ୍ଟ ବକ୍ସରେ ନିଜ ନିଜର ଭାବନା ମଧ୍ୟ ପ୍ରକାଶ କରିଛନ୍ତି | 

{"id":238159,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.