WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ’ଣ ପରିଣୀତିଙ୍କ ପରେ ବିବାହ କରିବେ ପୂଜା ହେଗଡେ ? କ୍ରିକେଟରଙ୍କୁ କରୁଛନ୍ତି ଡେଟ୍‌

26/09/2023 at 1:17 PM

Pooja Hedge

ମୁମ୍ଵାଇ ୨୬।୦୯: ବଲିଉଡ ଅଭିନେତ୍ରୀ ପୂଜା ହେଗଡେ। ବର୍ତ୍ତମାନ ସେ ତାଙ୍କ କାମରେ ବହୁତ ବ୍ୟସ୍ତ ରହୁଛନ୍ତି। ନିକଟରେ ତାଙ୍କ ଗଣେଶ ପୂଜାର ସେଲିବ୍ରେସନ୍‌ରେ ଦେଖିବାକୁ ମିଳିଥିଲା । ପୂଜା ନାଗା ଚୈତନ୍ୟଙ୍କ ବିପକ୍ଷରେ ଅଭିନୟ କରି ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ହ୍ରିତିକ ରୋଶନଙ୍କ ଚଳଚ୍ଚିତ୍ର ମୋହେଞ୍ଜୋଦାରୋ ସହିତ ସେ ବଲିଉଡରେ ଲୋକପ୍ରିୟତା କରିଥିଲେ। କିନ୍ତୁ ଏବେ ପୂଜା ତାଙ୍କ କାର୍ଯ୍ୟ ପାଇଁ ନୁହେଁ, ବରଂ ବ୍ୟକ୍ତିଗତ ଜୀବନ କାରଣରୁ ଚର୍ଚ୍ଚାରେ ରହିଛନ୍ତି।

ପୂଜା ହେଗଡେ ବିବାହ କରିବାକୁ ଯାଉଛନ୍ତି କି?

ସୋସିଆଲ ମିଡିଆରେ ଏକ ଗୁଜବ ଉଠୁଛି କି ପୂଜା ହେଗଡେ ଜଣେ କ୍ରିକେଟରଙ୍କ ସହ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପୂଜା ମୁମ୍ବାଇର ଜଣେ କ୍ରିକେଟରଙ୍କ ସହ ସମ୍ପର୍କ ଅଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ସହ ବିବାହ କରିବେ ବୋଲି କୁହାଯାଉଛି। ହେଲେ ଏ ବିଷୟରେ କୌଣସି ଅଫିସିଆଲ୍ ନିଶ୍ଚିତତା ନାହିଁ, କିନ୍ତୁ ଏହି ଖବରର ଆଗମନ ସହିତ ଅଭିନେତ୍ରୀଙ୍କ ପ୍ରଶଂସକମାନେ କଳ୍ପନା ଆରମ୍ଭ କରିଛନ୍ତି ଯେ ପୂଜାଙ୍କ ବେଟର ହାଫ୍‌ କିଏ?

ପୂଜାଙ୍କ ନାମ ପୂର୍ବରୁ କ୍ରିକେଟରଙ୍କ ସହ ଜଡିତ ଥିଲା

କହିବାକୁ ଗଲେ ଯେ ପୂଜାଙ୍କ ନାମ କ୍ରିକେଟରଙ୍କ ସହ ଯୋଡି ହେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ପୂଜା କର୍ଣ୍ଣାଟକର ଜଣେ  କ୍ରିକେଟରଙ୍କ ସହ ସମ୍ପର୍କ ଥିବା ଖବର ମଧ୍ୟ ଆସିଥିଲା। ଏହି ଖେଳାଳି ପୂଜାଙ୍କ ଭାଇଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲେ। ତେବେ ପରେ ପୂଜା ନିଜେ ଏହି ରିପୋର୍ଟକୁ ଅସ୍ୱୀକାର କରିଥିଲେ। ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ପୂଜାଙ୍କର ଶେଷ କିଛି ଚଳଚ୍ଚିତ୍ର କ୍ରମାଗତ ଫ୍ଲପ୍ ହୋଇଆସୁଛି। ବର୍ତ୍ତମାନ ଗତ କିଛି ଦିନ ହେବ ସେ ମହେଶ ବାବୁଙ୍କ ସହ ଫିଲ୍ମ ସାଇନ୍‌ କରିଛନ୍ତି।

   Related Posts