ଜଣେ ମଦ୍ୟପ ବ୍ୟକ୍ତି ସହ ରିଲେସନରେ ଥିଲେ ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ, ଆଉ ଖାଉଥିଲେ ଅକଥନୀୟ ମାଡ

Published By : Prameya-News7 Bureau | October 06, 2018 IST

ମୁମ୍ବାଇ ୬|୧୦:  ମହେଶ ଭଟ୍ଟଙ୍କ ବଡ ଝିଅ ଅଭିନେତ୍ରୀ ପୂଜା ଭଟ୍ଟ ନିକଟରେ ଏକ କନକ୍ଲେଭରେ ଯୋଗଦେଇଥିଲେ । ଏଠାରେ ସେ ବିଭିନ୍ନ ପ୍ରସଂଗରେ ଖୋଲାଖୋଲି ଆଲୋଚନା କରିଥିଲେ । ତାଙ୍କ ଅତୀତ ଜୀବନର କିଛି ତିକ୍ତ ମଧୁର ଅନୁଭୂତି ମଧ୍ୟ ସମସ୍ତଙ୍କ ସହ ବାଂଟିଥିଲେ । ପୂଜା ଜଣେ ମଦ୍ୟପଙ୍କ ସହ ରିଲେସନସିପ୍ ରେ ଥିଲେ ଏବଂ ଶୋଷଣ ଶିକାର ମଧ୍ୟ ହୋଇଥିଲେ । ସଂପୃକ୍ତ ବ୍ୟକ୍ତି ତାଙ୍କୁ ମାଡପିଟ କରୁଥିଲେ । ଏହାକୁ ସେ ବିରୋଧ କରିଥିଲେ । ତାଙ୍କର ଏହି ବିରୋଧରେ ତାଙ୍କୁ ସହଯୋଗ କରିବା ବଦଳରେ ଅନ୍ୟମାନେ ତାଙ୍କୁ ସହଯୋଗ କରିବା ବଦଳରେ ତାଙ୍କୁ ହିଁ ସମାଲୋଚନାର ଶିକାର ହେବାକୁ ପଡିଥିଲା ବୋଲି ପୂଜା କହିଛନ୍ତି। ମହେଶ ଭଟ୍ଟଙ୍କ ଭଳି ଜଣେ ବଡ ଫିଲ୍ମ ନିର୍ଦ୍ଦେଶକଙ୍କ ଝିଅ ହୋଇଥିଲେ ମଧ୍ୟ ତାଙ୍କୁ ବହୁ ଦୁଃଖ ସହିବାକୁ ପଡିଚି । ନିଜର ଦୁଃଖଦ ସତ କଥା କହିଲେ ଲୋକେ ତାକୁ ହିଁ ପାଗଳ ଭାବିଥାନ୍ତି ବା ତାଙ୍କ କଥାକୁ ଗୁରୁତ୍ବ ଦିଅନ୍ତି ନାହିଁ ବୋଲି କ୍ଷୋଭର ସହ ପୂଜା କହିଛନ୍ତି । ସେ ସତ ଉପରେ ଆସ୍ଥା ରଖନ୍ତି ବୋଲି ପୂଜା କହିଛନ୍ତି । ସେ କହିଥିଲେ ଯେ ସେ ବିଶ୍ବାସ କରିବାକୁ ଚାହୁଁଛନ୍ତି କି ଦୁନିଆ ବଦଳି ଯାଇଛି । ମାତ୍ର ପ୍ରକୃତରେ କିଛି ବି ବଦଳିନଥାଏ ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ ଘରେ ଏବଂ ବେଡରୁମ୍ ରେ କିଛି ବଦଳିନାହିଁ । ମହିଳାମାନଙ୍କୁ ଶୋଷଣ ପ୍ରସଙ୍ଗକୁ ନେଇ ସେ କହିଥିଲେ ଯେପର୍ଯ୍ୟନ୍ତ ଆପଣଙ୍କ ଘର ସୁରକ୍ଷିତ ନଥିବ ସେପର୍ଯ୍ୟନ୍ତ ଦୁନିଆ ସୁରକ୍ଷିତ ହେବନାହିଁ । ୯୦ ପ୍ରତିଶତ ଶୋଷଣ ଏବଂ ପ୍ରତାରଣା ଘର ଭିତରେ ହୋଇଥାଏ । ଲୋକମାନେ ବହୁରୂପୀ ଜୀବନ ଅତିବାହିତ କରିଥାନ୍ତି । ସେମାନେ ବାସ୍ତବରେଦ ସେମିତି ହୋଇନଥାନ୍ତି ଯେମିତି  ଦୁନିଆକୁ ଦେଖାଇଥାନ୍ତି । ତନୁଶ୍ରୀ ଦତ୍ତଙ୍କ ମାମଲାରେ ପୂଜା ଭଟ୍ଟ କହିଛନ୍ତି ଯେ, ଏହି ମାମଲାର ଯାଞ୍ଚ ହେଉ, ମାତ୍ର ପ୍ରଶ୍ନ ଉଠୁଛି ଯେ ଯାଞ୍ଚ କିଏ କରିବ । ନାନା ଜଣେ ଉଦାର ବ୍ୟକ୍ତି, ମାତ୍ର ସେ ତନୁଶ୍ରୀଙ୍କ ସ୍ବରକୁ ଚପାଇବା କଥା ବି ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.