ହାତରେ ହାତ ଛନ୍ଦି ଚାଲିଲେ ହ୍ରିତିକ ଓ ସୁଜେନ ଖାନ୍; ପୁଣିଥରେ ଏକାଠି ହେବା ନେଇ ଚର୍ଚ୍ଚା

Published By : Prameya-News7 Bureau | April 06, 2022 IST

ନୂଆଦିଲ୍ଲୀ: ବଲିଉଡ୍‌ର କ୍ୟୁଟ୍ କପଲ ହ୍ରିତିକ ରୋସନ ଓ ସୁଜେନ ଖାନ। ୨୦୦୦ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ୧୩ ବର୍ଷ ବୈବାହିକ ଜୀବନ ଅତିବାହିତ କରିବା ପରେ ହଠାତ୍ ଦୁହିଁଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ। ୨୦୧୪ରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଏହି ଦୁଇ କପଲଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି।

ହେଲେ ଅଲଗା ହେବା ପରେ ବି ହ୍ରିତିକ ଓ ସୁଜେନ ଖାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହି ଆସିଛି। ଦୁହେଁ ପରସ୍ପରକୁ ସହଯୋଗ କରିଆସିଛନ୍ତି। ତେବେ ଅଭିନେତ୍ରୀ ପୂଜା ବେଦୀଙ୍କ ପାର୍ଟିରେ କିନ୍ତୁ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

{"id":610527,"sizeSlug":"full","linkDestination":"none"}

ହେଲେ ହ୍ରିତିକ ବର୍ତ୍ତତ୍ମାନ ସବା ଆଜାଦଙ୍କୁ ଡେଟିଂ କରୁଥିବା ବେଳେ ସୁଜାନଙ୍କୁ ମଧ୍ୟ ଅର୍ଶନ ଗୋନୀଙ୍କ ସହିତ ଦେଖିବାକୁ ମିଳୁଛି। ହେଲେ ପୂଜା ବେଦୀଙ୍କ ପାର୍ଟିରେ ହ୍ରିତିକ ଓ ସୁଜେନ ହାତକୁ ହାତ ଛନ୍ଦି ଚାଲିବା ବଲିଉଡ୍‌ରେ ଗସିପ ଆରମ୍ଭ କରିଛି। ଉଭୟଙ୍କ ଦୁଇଥର ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏହାପରେ ପୂଜା ଉଭୟଙ୍କ ସହିତ ପାର୍ଟି କରିଥିବା ନିଜ ଇନ୍‌ଷ୍ଟା ଗ୍ରାମ୍‌ରେ ପୋଷ୍ଟ କରି ସୂଚନା ଦେଇଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ ପୂଜା କହିଛନ୍ତି ଯେ ଲୋକଙ୍କୁ ଭଲପାଇବା ମିଳିଗଲେ ମୋତେ ଖୁସୀ ଲାଗେ। ତେବେ ସବୁ ସମ୍ପର୍କ ଜୀବନ ସାରା ରହେ ନାହିଁ। ପ୍ରତ୍ୟେକ ଲୋକଙ୍କୁ ବିଭିନ୍ନ ସ୍ତରରେ ମହତ୍ୱପୂର୍ଣ୍ଣ ସମ୍ପର୍କ ଟିଏ ମିଳିଥାଏ। ତେବେ ମୋତେ ଖୁସୀ ଲାଗୁଛି ଯେ ହ୍ରିତିକ ଓ ସୁଜେନ ଅଲଗା ହେଲେ ବି ପରସ୍ପରକୁ ସମ୍ମାନ ଓ ସହଯୋଗ କରିଆସିଛନ୍ତି। ତାଙ୍କ ଭିତରେ ପୁଣିଥରେ ଭଲପାଇବା ଦେଖି ମୋତେ ଖୁସୀ ଲାଗୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.