ଏହି ଅଭିନେତାଙ୍କୁ ଡେଟ୍ କରୁଛନ୍ତି ୪୬ବର୍ଷ ବୟସ୍କା ଅଭିନେତ୍ରୀ ପୂଜା ବାତ୍ରା : ଫଟୋ ଭାଇରାଲ
18/06/2019 at 5:37 PM

ମୁମ୍ବାଇ ୧୮/୬: ପୂର୍ବତନ ଫେମିନା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଏବଂ ଅଭିନେତ୍ରୀ ପୂଜା ବାତ୍ରାଙ୍କ ନାଁ ପୁଣି ଥରେ ଚର୍ଚ୍ଚାରେ ରହିଛି। ଏହାର କାରଣ ହେଉଛି ପୂଜାଙ୍କ ଆଫେୟାର। ୪୬ବର୍ଷ ବୟସ୍କା ପୂଜା ଏବେ ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ର କୋ ଷ୍ଟାର ନଓ୍ବାବ ଶାହଙ୍କୁ ଡେଟ୍ କରୁଛନ୍ତି।

ପୂଜା ବାତ୍ରାଙ୍କ ଡେଟିଙ୍ଗର ଖୁଲାସା ନଓ୍ବାବ ଶାହଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରୁ ହୋଇଥିଲା। ପ୍ରକୃତରେ ଫିଲ୍ମ ଜଗତର ପରିଚିତ ନଓ୍ବାବ ଶାହ ସୋଶିଆଲ ମିଡିଆରେ ପୂଜା ସହ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହ ରେଡ ହାର୍ଟ ଇମୋଜୀ ଦିଆଯାଇଛି।

ନଓ୍ବାବ ଶାହଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନଜର ପକାଇବେ ଯଦି ଏହା ପ୍ରଥମ ଫଟୋ ନୁହେଁ,ଯେଉଁଠାରେ ସେ ପୂଜାଙ୍କ ପ୍ରତି ନିଜର ପ୍ରେମ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ଫଟୋ ସାମନାକୁ ଆସିଛି। କିନ୍ତୁ ଏବେ ଯାଏଁ ପ୍ରଶ୍ନ ଏୟା ଥିଲା ଯେ ଏହି ରହସ୍ୟମୟୀ ଝିଅ କିଏ ଥିଲେ?

ପୂଜା ବାତ୍ରା ୧୯୯୩ମସିହାରେ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲର ମୁକୁଟ ଜିତିଥିଲେ। ଅନିଲ କପୁରଙ୍କ ଫିଲ୍ମ ‘ଭିରାସତ’ରୁ ପୂଜା ବଲିଉଡରେ ଡେବ୍ୟୁ କରିଥିଲେ। ପୂଜାଙ୍କୁ ବଲିଉଡରେ ଆଶାତୀତ ସଫଳତା ମିଳିନଥିଲା।

୨୦୧୪ମସିହାରେ ପୂଜା ଲସ ଏଞ୍ଜେଲସରେ ‘ମେରା ସଙ୍ଗୀତ’ ନାମକ ଏକ ନୂଆ ବଲିଉଡ ରେଡ଼ିଓ ଷ୍ଟେସନ ଆରମ୍ଭ କରିଥିଲେ। ୨୦୦୨ମସିହାରେ ସେ ଡକ୍ଟର ସୋନୁ ଆହଲୁଓ୍ବାଲିଆଙ୍କୁ ବିବାହ କରିଥିଲେ। ୨୦୧୦ମସହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା।

ନଓ୍ବାବ ଶାହଙ୍କ କ୍ୟାରିୟର ଉପରେ ନଜର ପକାଇବା ଯଦି ସେ ଅନେକ ଫିଲ୍ମ ଏବଂ ଟିଭି ପ୍ରୋଜେକ୍ଟର ଅଂଶ ବିଶେଷ ରହିଛନ୍ତି। ‘ସାକ୍ରେଡ ଗେମ୍ସ’ରେ ମଧ୍ୟ ସେ ନଜର ଆସିଥିଲେ।
