Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WTCରେ ରାହାଣେଙ୍କ ଜବରଦସ୍ତ ପ୍ରଦର୍ଶନ, ଭୂରି ଭୂରି ପ୍ରଶଂସା କଲେ ରିକି ପଣ୍ଟିଂ

10/06/2023 at 12:24 PM

ମୁମ୍ବାଇ ୧୦।୦୬ : ଦୀର୍ଘ ଦିନ ପରେ ରାହାଣେ ଟେଷ୍ଟ ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି । ବିଶ୍ୱ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ରେ ଭାରତ ପାଇଁ ସାଜିଥିଲେ ସଙ୍କଟମୋଚକ। ରାହାଣେଙ୍କ ଅର୍ଦ୍ଧଶତକୀୟ ପାରି ବଳରେ ହିଁ ଭାରତ ଫଲୋଅନ୍‌ ଏଡାଇବାର ସକ୍ଷମ ହୋଇଛି । ଆଉ ଏବେ ରାହାଣେଙ୍କୁ ପ୍ରଶଂସା ପୋତି ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ର ସବୁଠାରୁ ସଫଳତମ ଅଧିନାୟକ ।

ଆଇସିସିକୁ ଦେଇଥିବା ଏକ ସାକ୍ଷାତକାରରେ ରିକି ପଣ୍ଟିଂ କହିଛନ୍ତି ଯେ, ରାହାଣେ ଜଣେ ଭଲ ମଣିଷ । ତାଙ୍କ ଭଳି ଜଣେ ଶୃଙ୍ଖଳିତ ଖେଳାଳି ମୁଁ ଦେଖିନାହିଁ । ସର୍ବଦା ସେ ଟ୍ରେନିଂକୁ ଗୁରୁତ୍ୱ ଦେଇଥାନ୍ତି । ମର୍ଡନ ଗେମ୍‌ରେ ସେ ଜଣେ ଚମତ୍କାର ଖେଳାଳି । ଆଇପିଏଲ୍‌ରେ ଚମତ୍କାର ଫର୍ମ ବଦଳରେ ସେ ଟେଷ୍ଟ ଟିମ୍‌କୁ ଫେରିପାରିଛନ୍ତି । ଟେଷ୍ଟ ଟିମ୍‌ରେ ତାଙ୍କୁ ଦେଖି ମୁଁ ବେଶ୍‌ ଖୁସି ଅନୁଭବ କରୁଛି ।  

skysports

ସେହିପରି ସେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ନେଇ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍‌ ଟିମ୍‌ର ଚୟନକର୍ତ୍ତା ହେବା ସବୁଠାରୁ କାଠିକର ପାଠ । ଦେଶରେ ଏତେ ପରିମାଣର ଯୁବ ପ୍ରତିଭା ଖେଳାଳି ଅଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୫ ଖେଳାଳି ବାଛିବା , ବହୁତ ଚ୍ୟାଲେଞ୍ଜିଂ କାମ ।

ICC

ସୂଚନାଯୋଗ୍ୟ ଯେ,  ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ମୁକାବିଲାରେ ଭାରତର ଅଜିଙ୍କ୍ୟ ରାହାଣେ ୮୯ ରନ୍‌ ଇନିଂସ ଖେଳି ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଏହି ଇନିଂସ ବଳରେ ସେ ଟେଷ୍ଟ କ୍ରିକେଟ୍‌ରେ ୫୦୦୦ ରନ୍‌ ପୂରଣ କରିଥିଲେ । ଭାରତର ୧୩ତମ ବ୍ୟାଟର ଭାବେ ରାହାଣେ ଏହି ସଫଳତା ଅର୍ଜନ କରିଛନ୍ତି । ୧୮ମାସ ପରେ ରାହାଣେ ଟେଷ୍ଟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୮୩ତମ ଟେଷ୍ଟ ଖେଳି ସେ ୨୬ତମ ଅର୍ଦ୍ଧଶତକ ଅର୍ଜନ କରିବା ସହ ଏହି ବିରଳ ସଫଳତା ଅର୍ଜନ କରିଛନ୍ତି ।

You Can Read :

   Related Posts