ସାମ୍ନାକୁ ଆସିଲା ଜୟଚିତ୍ରଙ୍କ ଲୁକ୍‌, ଏହି ଦିନ ରିଲିଜ୍‌ ହେବ ବିଗ୍‌ ବଜେଟ୍‌ ଫିଲ୍ମ PS-1

Published By : Prameya-News7 Bureau | September 05, 2022 IST

ମୁମ୍ଵାଇ ୦୫।୦୯: ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିବା ମଣି ରତ୍ନମଙ୍କ ଫିଲ୍ମ ‘ପୋନିୟିନ୍ ସେଲଭାନ୍ । ନିକଟରେ ଏହାର ପାର୍ଟ ୱାନ୍’ର ଟିଜର ରିଲିଜ୍ ହୋଇଥିଲା। ‘ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କରିଛି । ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଫିଲ୍ମର ଏହି ଟିଜରରେ ଆକ୍ସନ ସହ ଦମ୍‌ଦାର VFX ଦେଖିବାକୁ ମିଳିଛି। ଟିଜରକୁ ଦେଖିବା ପରେ ପ୍ରଶଂସକମାନେ’ ବାହୁବଲୀ’କୁ ମନେ ପକାଇଛନ୍ତି। ରବିବାର ଦିନ ଅଭିନେତା ପ୍ରକାଶ ରାଜ, ରହମାନ ଏବଂ ଜୟଚିତ୍ରଙ୍କ ଲୁକ୍ ସାମ୍ନାକୁ ଆସିଛି।

ପ୍ରସିଦ୍ଧ ଲେଖକ କଳକୀଙ୍କ ଦ୍ଵାରା କ୍ଲାସିକ୍ 'ପୋନିୟିନ୍ ସେଲଭାନ୍' ଉପରେ ଆଧାରିତ । ଟୁଇଟରରେ ଲାଇକା ପ୍ରଡକ୍ସନ ଯାହା ମଣି ରତ୍ନମଙ୍କ ମାଡ୍ରାସ ଟକିଜ୍ ସହ ମିଳିତ ଭାବରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ୩୦ ସେପ୍ଟେମ୍ବରରେ ଆସିବ। ଏହା ଏକ ଚମତ୍କାର କାହାଣୀ । ମଣି ରତ୍ନମଙ୍କ ଏହି ଡ୍ରିମ୍‌ ପ୍ରୋଜେକ୍ଟରେ ଅଭିନେତା ବିକ୍ରମ, ଐଶ୍ୱର୍ଯ୍ୟା ରାୟ, ତ୍ରିଶା, କାର୍ତ୍ତି, ଜୟମ ରବି, ଜୟରାମ, ପାର୍ଥିବନ, ଲାଲ, ନାସର, ଶୋଭିତା ଧୁଲିପାଲା,  ଏବଂ ପ୍ରକାଶ ରାଜ ଅଛନ୍ତି।

କହିବାକୁ ଗଲେ ନିକଟରେ ‘ପୋନିୟାନ୍ ସେଲଭାନ୍ -୧’ର ଟିଜର ମୋଟ ୫ ଟି ଭାଷାରେ ରିଲିଜ୍‌ କରାଯାଇଛି। ବିଭିନ୍ନ ଭାଷାଭିତ୍ତିକ ସିନେମାର ସୁପରଷ୍ଟାରମାନେ ଏହି ଟିଜରକୁ ଡିଜିଟାଲ୍ ଭାବରେ ରିଲିଜ୍‌ କରିଛନ୍ତି।  ‘ପୋନିୟାନ୍ ସେଲଭାନ୍ – ୧’ର ଟିଜର ହିନ୍ଦୁ ଭାଷାରେ ଅମିତାଭ ବଚ୍ଚନ, ମାଲାୟାଲମରେ ମୋହନଲାଲ, କନ୍ନଡରେ ରାକ୍ଷୀ ଶେଟ୍ଟୀ, ତାମିଲରେ ସୁରିଆ ଏବଂ ତେଲୁଗୁରେ ମହେଶ ବାବୁଙ୍କ ଦ୍ୱାରା ଲଞ୍ଚ କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଏହି ୫୦୦ କୋଟି ଟଙ୍କାର ବିଗ୍‌ ବଜେଟ୍‌ ଫିଲ୍ମ ୩୦ ସେପ୍ଟେମ୍ବରରେ ରିଲିଜ୍‌ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.