ଏହି ପ୍ଲାଟଫର୍ମରେ ରିଲିଜ୍‌ ହେଲା PS-1, ଫିଲ୍ମ ଦେଖିବା ପାଇଁ ଦେବାକୁ ପଡିବ ଏତିକି ଟଙ୍କା

Published By : Prameya-News7 Bureau | October 28, 2022 IST

ମୁମ୍ଵାଇ ୨୮।୧୦: ଲୋକପ୍ରିୟ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ନିର୍ଦ୍ଦେଶିତ ଫିଲ୍ମ ପୋନିୟିନ ସେଲଭାନ-୧ । ଏହି ଫିଲ୍ମ ବକ୍ସ ଅପିସ୍‌ରେ ଖୁବ୍‌ ଧମାଲ୍‌ କରିବା ସହ ଜବରଦସ୍ତ କଲେକସନ୍‌ କରିଛି । ଏହି ଫିଲ୍ମଟି ପ୍ରତ୍ୟେକ ଭାଷାରେ ହିଟ୍‌ ହୋଇଛି।  ଏହି ଐତିହାସିକ ପିରିୟଡିକ୍‌ ଡ୍ରାମା ଚଳଚ୍ଚିତ୍ର ଅନେକ ରେକର୍ଡ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୟ ବହୁତ ପସନ୍ଦ କରିଛନ୍ତି। ଥିଏଟରରେ ଯିଏ ଫିଲ୍ମ ଦେଖିଛି ସିଏ ଖୁବ୍ ପ୍ରଶଂସା କରୁଛି। ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ଆସିଛି। ଆସନ୍ତୁ ଜାଣିବା ଯେ ପୋନିୟିନ୍ ସେଲଭାନ୍ ଆଜି OTT ରେ ମୁକ୍ତିଲାଭ କରିଛି।

ଚୋଳ ସାମ୍ରାଜ୍ୟର କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଆସିଛି। କିନ୍ତୁ ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ୧୯୯ ଟଙ୍କା ଦେବାକୁ ପଡିବ। କାରଣ ଏହି ଫିଲ୍ମ ଆମାଜନ ପ୍ରାଇମ ରେଣ୍ଟାଲରେ ମୁକ୍ତିଲାଭ କରିଛି। ହେଲେ ୪ ନଭେମ୍ବରରେ ସମସ୍ତ ପ୍ରାଇମ ୟୁଜର୍ସ ଏହାକୁ ଦେଖି ପାରିବେ ।

ପୋନିୟିନ୍ ସେଲଭାନ୍ -୧ ସେପ୍ଟେମ୍ବର ୩୦ରେ ସିନେମା ଘରେ ରିଲିଜ୍‌ ହୋଇଥିଲା ।​ ଫିଲ୍ମ ରିଲିଜ ହେବାର ମାସକ ପରେ ହିଁ OTT ରେ ରିଲିଜ ହୋଇଛି। ଚଳଚ୍ଚିତ୍ର ନିର୍ମାତାମାନେ ଫିଲ୍ମର ଲୋକପ୍ରିୟତାର ସୁଯୋଗ ନେବାକୁ ପ୍ରସ୍ତୁତ । କିନ୍ତୁ ସବୁଠାରୁ ବଡ କଥା ଫିଲ୍ମଟି କେବେ ହିନ୍ଦୀ ଭାଷାରେ ରିଲିଜ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.